ସୋଢ଼ା ଗ୍ରାମରେ ନୂତନ ନିର୍ମିତ ଶୈବମନ୍ଦିର ପ୍ରତିଷ୍ଠା ଉତ୍ସବ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୧୩/୦୩): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ,ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ପଞ୍ଚାୟତ ଅଧିନସ୍ଥ ସୋଢା ଗ୍ରାମ ରେ ପବିତ୍ର ମହାଶିବରାତ୍ରୀ ଅବସରରେ ନୂତନ ଭାବେ ନିର୍ମିତ ଶିବମନ୍ଦିର ଶ୍ରୀମାନ ସାର୍ତ୍ତିକ ସାହୁ ଙ୍କ କୋମଳ ହସ୍ତରେ ପ୍ରତିଷ୍ଠା କରାଯାଇଛି |

ଗତ ତା ୧୧.୦୩.୨୦୨୧ରିଖ ଦିନ ସଂଧ୍ୟା ୬ ରେ ଗ୍ରାମ ର ସମସ୍ତ ଭକ୍ତାଳୁ ମାଁ ଭଉଣୀ ଙ୍କୁ ନେଇ କଳସ ଯାତ୍ରା ଆରମ୍ଭ କରାଯାଇ ଗ୍ରାମ ପରିକ୍ରମା ପରେ ବହୁଦିନ ର ଶିବ ମନ୍ଦିର କୁ ପହଞ୍ଚିଥିଲା | ପୂଜକ ଶ୍ରୀମାନ କ୍ଷୀରୋଦ ଚନ୍ଦ୍ର ଦେବତା ୧୨.୦୩.୨୦୨୧ ଶୁକ୍ରବାର ସକାଳ ୯ ଘଟିକା ରୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ | ରତ୍ନମୁଦ ୨ ଘଟିକା ୩୦ ମିନିଟ ଅପରାହ୍ନ ସମୟ ରେ କରାଯାଇଥିଲା | କର୍ତ୍ତାଭାବେ ଶ୍ରୀଯୁକ୍ତ ତେଜରାଜ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ନୃପତୀ ସାହୁ, ଶ୍ରୀଯୁକ୍ତ କିଶୋର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଋକ୍ମୁଣୀ ସାହୁ ଯୋଗଦେଇ ଖୁବ ସୁନ୍ଦର ଭାବେ କାର୍ଯ୍ୟଭାର ତୁଲାଇ ଥିଲେ | ସକାଳ ୧୧ ଘଣ୍ଟା ୩୦ ମିନିଟ୍ ରୁ ଆରମ୍ଭ ହୋଇ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଅନ୍ନଛତ୍ର ର ଆୟୋଜନ କରାଯାଇଥିଲା | ଏହି ଅନ୍ନଛତ୍ର ରେ ପ୍ରାୟ ୩୦୦୦ ରୁ ଉର୍ଦ୍ଧ ଶ୍ରଧାଳୁ ଭକ୍ତ ଠାକୁର ଙ୍କ ଅନ୍ନଛତ୍ର ରେ ଅନ୍ନ ସେବନ କରିଥିଲେ | ଦିବାରାତ୍ର ମାନପୁର(ବିଜେପୁର) ର ଜ୍ଞାନୀ ବିନୋଦ ବ୍ରହ୍ମଚାରୀ, ବରପାଲି ଶ୍ରୀମାନ ହିମାଦ୍ରି ମେହେର, ଅବଧୂତ ବାବା ଶ୍ରଦ୍ଧାଳୁ ଭକ୍ତ ଗଣ ଙ୍କୁ ପ୍ରବଚନ ଶୁଣାଇଥିଲେ | ବହୁ ଦିନର ସୋଢା ଗ୍ରାମ ରେ ନିର୍ମିତ ହୋଇଥିବା ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ଥିବାରୁ ଭକ୍ତ ମାନଙ୍କ ମନେ ଖୁବ ଆନନ୍ଦ ଅନୁଭବ କରୁଥିବାର ଲକ୍ଷ କରାଯାଇଥିଲା | ମନ୍ଦିର ଟି ଗାଁ କୁ ଯିବା ରାସ୍ତାର ଏକ ପୋଖରୀ ହୁଡ଼ା ରେ ନିର୍ମିତ ହୋଇଛି | ଏବେ ଏଇ ଯାଗା ଟି ମନ୍ଦିର ପାଇଁ ଖୁବ ସୁନ୍ଦର ଦେଖାଯାଉଛି lମନ୍ଦିର ପ୍ରତିଷ୍ଠା ପୂର୍ବରୁ ପ୍ରତିଷ୍ଠା ଉତ୍ସବ ପର୍ଯ୍ୟନ୍ତ ସୋଢା ଗ୍ରାମବାସୀ ଙ୍କ ଅବଦାନ ଚିରସ୍ମରଣୀୟ |

Welcome to Odisha News24

error: Content is protected !!
%d bloggers like this: