ସେବା ଓ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ଅଡ଼େନିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୨/୦୬): ଦୟନୀୟ ଅବସ୍ଥାରେ ଆଡେଣୀଗଡ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର | ହରଭଙ୍ଗା ବ୍ଲକର ୨୨ଗୋଟି ପଞ୍ଚାୟତର ସ୍ବାସ୍ଥ୍ୟବସ୍ଥାର ଯତ୍ନ ନେଉଥିବା ସ୍ବାସ୍ଥ୍ୟକେନ୍ଦ୍ରର ଯଦି ସ୍ବାସ୍ଥ୍ୟ ଅବସ୍ଥା ଏମିତି ରହିବ ଡାକ୍ତର ରହିବା ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏ ଅବସ୍ଥା ଲାଗିରହିବ ତେବେ ୨୨ଗୋଟି ପଞ୍ଚାୟତର ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଥିବ ଅନୁମେୟ ।

କିଛିଦିନ ତଳେ ୫ଟି ସଚିବ ବୌଦ୍ଧ ଆସି ଜିଲ୍ଲାର ସ୍ବାସ୍ଥ୍ୟଅବସ୍ଥାର ଖୁବଶୀଘ୍ର ସୁଧାର ଆସିବ ବୋଲି ଘୋଷଣା କରିଥିଲେ କି ସୁଧାର ଆସିଛି ବୌଦ୍ଧ ଜିଲ୍ଲାରେ ଏ ଚିତ୍ରରୁ ଅନୁମେୟ ।କରୋନା ସମୟରେ ରୋଗୀ ଚିକିତ୍ସା ଅଭାବ, ଗୃହ ଗୁଡିକର ଛପର ଉଡ଼ିଗଲାଣି ଦେଖିଲେ ଯେମିତି ଲାଗେ ବହୁଦିନର ପୁରୁଣା ଭୁତ କୋଠି | ବୌଦ୍ଧ ଜିଲ୍ଲାରେ ଏମିତି ସବୁବେଳେ ସ୍ୱାସ୍ଥ୍ୟବସ୍ଥାରେ ଅଧ ପତନ ଲାଗିରହିଛି | ସେହିଭଳି ରାମଗଡ ପଂଚାୟତରେ ଥିବା ଆୟୁର୍ବେଦିକ ଚିକିତ୍ସାଳୟ କଥା ନ କହିବା ଭଲ | ଦୀର୍ଘ ବର୍ଷ ଧରି ଡକ୍ଟର ନାହି ଚିକିତ୍ସା ପାଇଁ ଜନତାଙ୍କୁ ୨୫ କିଲୋମିଟର ଯିବାକୁ ପଡୁଛି | ରାଜ୍ୟରେ ଡାକ୍ତର ଅଭାବ ନା ରାଜନୈତିକ ନେତା ମାନଙ୍କର ଜନସାଧାରଣଙ୍କୁ ସେବା କରିବା ମନ ବୃତ୍ତି ଅଭାବ | ଏଠାରେ ସାଧାରଣ ଜନତା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ଜବାବ ମାଗୁଛି ମଣିଷ | ବଞ୍ଚିବା ପାଇଁ ନିଜ ସାମାଜିକ ଅଧିକାର, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ରାସ୍ତା ଘାଟ ଗୁଡିକର ସମସ୍ୟାର ସମାଧାନ ଅବଶ୍ୟକ କି ନାହିଁ |

Welcome to Odisha News24

error: Content is protected !!
%d bloggers like this: