ସେନିଟାଇଜୋର୍ ଓ ମାସ୍କ ଦେବା ନାରେ ବ୍ୟାଙ୍କ୍ ଖାତାରୁ ଟଙ୍କା ଗାଏବ

ୱେବ ରିପୋର୍ଟର : ଲୋକନାଥ ସାହୁ //
ଗୁଡ଼ାରୀ (୦୬/୦୨): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେ ଦୁଇ ଜଣ ଆଶାକର୍ମୀଙ୍କ ବ୍ୟାଙ୍କ୍ ଖାତା ରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି |

ସୁଚନା ଅନୁଯାୟୀ ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଆଶାକର୍ମି ପୂର୍ଣବାସି ପାତ୍ର, ଏବଂ ଝୁନୁ ଶବର ଆଶାକର୍ମୀଙ୍କ ରାତ୍ର ୯ ଟା ସମୟରେ ଫୋନ୍ କରି ମୁଁ ବି ଡି ଓ କହୁଛି ସମସ୍ତେ ଅନ୍ୟ ଦିଦି ଙ୍କ ନାମକହି ବ୍ୟାଙ୍କ୍ ଖାତା ନଂ ଦେଇ ସାରିଲେ । ତମେ ତୁରନ୍ତ ନଦେଲେ କାଲି ଠାରୁ ଚାକିରି ଗଲା ଏଭଳି ବିଭିନ୍ନ ଧମକ ଦେଇ ବ୍ୟାଙ୍କ୍ କୁ ଆଧାର କରି ପୂର୍ଣ୍ଣବାସି ପାତ୍ର ଖାତାରୁ ୧୨୦୦ ଟଙ୍କା ଏବଂ ଝୁନୁ ଶବରଙ୍କ ଖାତା ରୁ ୩୬୦୦୦ ହଜାର ଟଙ୍କା କ୍ରମାଗତ ଭାବେ ୮ ଥର ମବିକ୍ୱିକ ଓ କେସବିନ୍ ସାହାଯ୍ୟରେ ଠକି ନେଇଥିବା ଜଣାପଡିଛି | ଉଭୟେ ବ୍ୟାଙ୍କ୍ କୁ ଯାଇ ସ୍ପଷ୍ଟ ହେବା ପରେ ଥାନାରେ ଥାନା ଅଧିକାରୀ ଶ୍ରୀ ଶୁଶାନ୍ତ କୁମାର ତୈଉଡିଆଙ୍କୁ ଅଭିଯୋଗ କରି ଥିବା ଜଣାପଡ଼ିଛି | ତଦନ୍ତ ପରେ ସବୁ କିଛି ଜଣା ପଡ଼ିବ l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: