ସୁସ୍ଥ ହୋଇ ମେଡିକାଲ ରୁ ଡିସ୍ ଚାର୍ଜ ହୋଇ ଫେରିଲେ ପ୍ରସିଦ୍ଧ ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୩୦/୫): ଗତ କିଛିଦିନ ତଳେ ପତ୍ନୀଙ୍କ ବିୟୋଗ ରେ ମାନସିକ ଚାପ ଗ୍ରସ୍ତ ହୋବା ପରେ ଅସୁସ୍ଥ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିନିକା ଅଞ୍ଚଳର ବର୍ଷୀୟାନ କଳାକାର ତଥା ପ୍ରସିଦ୍ଧ ସିନେ ତାରକା ଅଭିନେତା ଅଟଳ ବିହାରୀ ପଣ୍ଡା ଆଜି ସୁସ୍ଥ ହେବା ପରେ ମେଡିକାଲ ରୁ ଡିସଚାର୍ଜ ହୋଇଛନ୍ତି |

ଶ୍ରୀ ପଣ୍ଡାଙ୍କ ଚିକିତ୍ସା ପାଇଁ ବୁର୍ଲା ଡ଼ାକ୍ତରଖାନା ର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା ଉପରେ ତୀକ୍ଷଣ ନଜର ରଖିଥିଲେ | ଶ୍ରୀ ପଣ୍ଡାଙ୍କ ଆଶୁ ଆରୋଗ୍ୟ ପାଇଁ ବିନିକା,ସୁବର୍ଣ୍ଣପୁର,ତଥା ରାଜ୍ୟର କୋଣଅନୁକୋଣରେ କଳାକାର ପ୍ରେମୀ,ଅଞ୍ଚଳର ଜନସାଧାରଣ ପ୍ରାର୍ଥନା କରିଥିଲେ | ଏବେ ସେ ଭଗବାନ ଙ୍କ ଆଶୀର୍ବାଦ ରୁ ସୁସ୍ଥ ହୋଇ ମେଡିକାଲରୁ ଆସିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି |

Welcome to Odisha News24

error: Content is protected !!
%d bloggers like this: