ସୁପ୍ରିମକୋର୍ଟରେ କାର୍ଯ୍ୟରତ ରାୟଗଡାର ଯୁବ ଆଇନଜୀବୀଙ୍କ ଦୁର୍ଘଟଣାରେ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରନିଧି ଗୋପୀନାଥ ଗୌଡ଼ //
ରାୟଗଡା (୩୧/୦୩): ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ରାୟଗଡ଼ାର ଯୁବ ଆଇନଜୀବୀ ଆଦିତ୍ୟ ଚାଣକ୍ୟ ବକ୍ସିପାତ୍ର(୨୮)ଙ୍କ ଏକ ସଡକ ଦୁର୍ଘଟଣାରେ ମୂର୍ତ୍ୟୁ ଘଟିଛି। ଗତ ସୋମବାର ଦିନ ଅପରାହ୍ନରେ ଦିଲ୍ଲୀସ୍ଥିତ ନିଜ ବାସ ଭବନରୁ ବାଇକ ଯୋଗେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ସାମ୍ନାପଟୁ ଏକ କାର ଦ୍ରୁତ ଗତିରେ ଆସି ଆଦିତ୍ୟଙ୍କ ବାଇକ ସହ ମୁଁହାଁ ମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ଆଦିତ୍ୟ ଚାଣକ୍ୟ ପ୍ରାଣ ହରାଇଥିଲେ। ମେଧାବୀ ଛାତ୍ର ଆଦିତ୍ୟ ଆଇନ ଶିକ୍ଷାରେ ସ୍ନାତକ ହାସଲ କରି ଦିଲ୍ଲୀସ୍ଥିତ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଆଦିତ୍ୟଙ୍କ ମୂର୍ତ୍ୟୁ ଖବର ପ୍ରଚାରିତ ହେବା ପରେ ରାୟଗଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ମୃତ ଆଦିତ୍ୟ ବିଶିଷ୍ଠ ଶିକ୍ଷାବିତ ତଥା ରାୟଗଡ଼ା ପୌର ପରିଷଦର ପୁର୍ବତନ ପୋୖରାଧକ୍ଷ ନିରଞ୍ଜନ ବକ୍ସିପାତ୍ରଙ୍କ ବଡ଼ ପୁଅ। ତାଙ୍କ ମୂର୍ତ୍ୟୁ ଖବର ଶୁଣି ରାୟଗଡ଼ା ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକ ସଂନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି | ଆଦିତ୍ୟଙ୍କ ମୂର୍ତ୍ୟୁରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରୋକା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ରାୟଗଡ଼ା ବିଧାୟକ ମୋକରନ୍ଦ ମୁଦ୍ଦୁଲି, ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ଜିଲ୍କା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା, ବିଜେପି ସଭାପତି ଶିବ ପଟନାୟକଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: