ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀ ମିଷ୍ଟର କନ୍ଧମାଳ ଦିଲୀପଙ୍କୁ ସମ୍ମାନିତ କଲେ ବାଲିଗୁଡା ଏସପିଡିଓ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୯/୩): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ବଡିବିଲଡର ଦିଲ୍ଲୀପଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କଲେ ବାଲିଗୁଡା ଏସ ଡି ପି ଓ ମନୋଜ ପୂଜାରୀ |

ଗତ ସାତ ତାରିଖରେ ଫୁଲବାଣୀରେ ଅନୁଷ୍ଠିତ ଆନ୍ତଃ ଜ଼ିଲ୍ଲା ବଡି ବିଲଡିଂ ଚମ୍ପିୟାନସିପ ରେ ଶ୍ରେଷ୍ଠ ପ୍ରଦର୍ଶନ କରି ମିଷ୍ଟର କନ୍ଧମାଳ ଟାଇଟଲ ହାସଲ କରିଥିଲେ ଏବଂ ଆସନ୍ତା ୧୨ ତାରିଖରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବଡି ବିଲଡିଂ ଚମ୍ପିୟାନ ସିପ ରେ ପ୍ରତିନିଧିତ୍ବ କରିବାପାଇଁ ମନୋନୀତ ହୋଇଥିବାରୁ ଏସ ଡି ପି ଓ ଶ୍ରୀ ପୂଜାରୀ ଖୁସି ପ୍ରକଟ କରିଛନ୍ତି ଏବଂ ଦିଲୀପ ପାତ୍ର ଜାଣେ କର୍ତଵ୍ୟ ନିଷ୍ଠ ଗୃହରକ୍ଷୀ ଭାବେ କଠିନ ପରିଶ୍ରମ ସହ ନିଷ୍ଠାର ସହିତ ନିଜ କର୍ତଵ୍ୟ ସମ୍ପାଦନ କରୁଛନ୍ତି ବୋଲି ଏସ ଡି ପି ଓ ପୂଜାରୀ ପ୍ରକାଶ କରିଛନ୍ତି ଏବଂ ଦିଲୀପଙ୍କ ଉତ୍ତୋରତର ଉନ୍ନତି କାମନା କରି ଭୁବନେଶ୍ୱରରେ ପୁଣି ବିଜୟୀ ହୋଇ କନ୍ଧମାଳର ଗୌରବ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: