ସି ଆର ପି ଏଫ ଯବାନ ପକ୍ଷରୁ ଜନ ସମ୍ପର୍କ ମେଳା ଉଦଯାପିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୪/୩: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦରରେ ଥିବା ଇ ୪ର୍ଥ ସି ଆର ପି ଏଫ ଯବାନ ଙ୍କ ପକ୍ଷରୁ କ୍ୟାମ୍ପ ପରିସରରେ ଚାଲିଥିବା ଜନ ସମ୍ପର୍କ ମେଳା ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲା ଇ ୪ର୍ଥ ସି ଆର ପି ଏଫ ବାଟାଲିୟନ ର କମାଡେଣ୍ଟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ର ଉଦଯାପିତ କରିଥିଲେ।

ଏଥିରେ ଇ ୪ର୍ଥ ବାଟାଲିୟନ ର ଆସିଷ୍ଟାଣ୍ଟ କାମାନଡେଣ୍ଟ ଜି କ୍ରିଷ୍ଣାରାଓ ପରିଚାଳନା କରିଥିବାବେଳେ ଅତିରିକ୍ତ ଅତିଥି ଭାବେ କଲ୍ୟାଣ ସିଂହପୁର ବ୍ଳକ ତହସିଲଦାର ଦେବାଶିଷ ଖର, କଲ୍ୟାଣ ସିଂହପୁର ଥାନା ଅଧିକାରୀ କୁସୁମା ହଂସଦା, କଲ୍ୟାଣ ସିଂହପୁର ରେଞ୍ଜର ପ୍ରପୁଲ ନାୟକ,ବ୍ଳକ ଅଧ୍ୟକ୍ଷ ଜାଗେନ୍ଦ୍ର ୱାଡାକା,ଜିଲ୍ଲା ଗୋ ଶାଳା ସଭାପତି ପ୍ରେମ ଚାନ୍ଦ ଅଗ୍ରୱାଲ, ଜିଲ୍ଲା ମାରୱାଡ଼ି ସଙ୍ଘଠନ ର ସଭାପତି ରାମ କୁମାର ବାର୍ଳାପ,ଦେବଗିରୀ ସଙ୍ଘଠନ ର ସଭାପତି ଭି ୱାରା ପ୍ରସାଦ ରାଓ,ଓ କ୍ରାନ୍ତି କାରୀ ଆଶ୍ରମ ର ବାବା ସତ୍ୟ ସ୍ୱରୂପ ନନ୍ଦ ଗିରି ଏବଂ ସ୍ଥାନୀୟ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ସି ଆର ପି ର ଜନ ସମ୍ପର୍କ ଉଦଯାପିତ ମେଳା ରେ ଯୋଗଦେଇ ଥିଲେ। ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ରେ ଶିକ୍ଷକ ତ୍ରିଲୋଚନ କାଶି ଓ ଉଦୁର ମୁରଲୀ ସି ଆର ପି ଏଫ ପକ୍ଷରୁ ଶିକ୍ଷା ଦାନ କରିଥିଲେ। ଏହି ଉଦଯାପିତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ତଦରଖ କରି ତାଲିମ ପ୍ରାପ୍ତି କାରୀ ୨୫ ଜଣ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସମସ୍ତ ସି ଆର ପି ଏଫ ର ଯବାନ ମାନେ ସହଯୋଗ କରିଥିଲେ। ଶେଷ ରେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀ ଙ୍କୁ ଭଜନ ବ୍ୟବସ୍ଥା କରାଯାଇଥିଲା।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: