ସିପିଆଇ (ଏମ ଏଲ ) ଲିବରେସନ ଓ ଅଖିଲ ଭାରତ କୃଷକ ମହାସଭା ତରଫରୁ ସାଧାରଣ ବୈଠକ

ରିପୋର୍ଟ: ଲୋକନାଥ ସାହୁ //
ଗୁଡାରି (୨୨/୦୩): ଆଜି ୨୨/ ୦୩/ ୨୦୧୧ ତାରିଖରେ ସିପିଆଇ (ଏମ ଏଲ ) ଲିବରେସନ ଓ ଅଖିଲ ଭାରତ କୃଷକ ମହାସଭା ତରଫରୁ ଗୁଡାରୀ ବ୍ଲକ଼୍ ର ଅସଡା ପଞ୍ଚାୟତର ସିଲିମି (ଘଣ୍ଟରାସାହି) ଗ୍ରାମ ଠାରେ ଏକ ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା |

ଉକ୍ତ ବୈଠକରେ ପଞ୍ଚାୟତର ବିଭିନ୍ନ ସମସ୍ୟା ଯଥା – ଆଦିବାସୀ ଓ ହରିଜନ ମାନଙ୍କ ଦଖଲରେ ରହିଥିବା ଜଙ୍ଗଲ ଜମି – ଘର ଡିହ – ସିଲିଗଂଜମି ର ପଟ୍ଟା କରିବା ସହ ୨୬/୦୩/୨୦୧୧ ତାରିଖରେ ଅଖିଲ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି AIKSCC ଆନୁକୁଲ୍ୟରେ ଦେଶବ୍ୟାପୀ ହେଉଥିବା ୩ଟି କୃଷି ଅଧ୍ୟାଦେଶ ବିଲ ବାତିଲ କରିବା ଦାବୀ ନେଇ ଧର୍ମଘଟ ଓ ହଡତାଲ କରାଯିବା ନେଇ ଆଲୋଚନା କରାଯାଇଥିଲା।

Welcome to Odisha News24

error: Content is protected !!
%d bloggers like this: