ସିଧେଶ୍ଵେରକୁ ଆଵାସ ଘର ଓ କଁଇତା କୁ ଭତ୍ତା ପାଇଁ ଦାବି

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ (୩୧/୦୫): ସରକାର ତୃଣମୁଳ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ବାହାର କରୁଛନ୍ତି। ଏହିଭଳି ରାସ୍ତାଘାଟ ଠାରୁ ଆରମ୍ଭ କରି ଆବାସଘର, ଶିକ୍ଷାନୁଷ୍ଠାନ, ଆବଶ୍ୟକ ଭଳି ଚିକିତ୍ସାଳୟ ମାନ ଖୋଲିଚାଲିଛନ୍ତି। ଏହି ସରକାରୀ ଯୋଜନା ଗୁଡିକ ଫେଲ ମାରୁଛି। ଏହିଭଳି ଘଟଣା ଦେଖିବାକୁ ମିଳୁଛି ବୋୖଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଶ୍ଵନାଥପୁର ଗ୍ରାମରେ ।

ଏ ଗ୍ରାମରେ ସିଧେଶ୍ୱର ନାଏକ ଓ କଁଇତା ନାଏକ ଦୁଇ ଭାଇ , ଭଉଣୀ ଝାଟି ଚାଲ ଛପର ଘରେ ରହି ବସବାସ କରି ରହୁଛନ୍ତି। ସିଧେଶ୍ଵେର ନାଏକଙ୍କ ରହିବାପାଇଁ ଘରଟିଏ ନ ଥିବା ହେତୁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସିଧେଶ୍ଵେର କାମ ଧନ୍ଦା କରି ଦି ପଇସା ଆଣିଲେ ଭଉଣୀ କଁଇତା ଙ୍କୁ ପାଳିପୁସି ଆଁଣୁଛନ୍ତି। ଏହିଭଳି ତାଙ୍କ ଭଉଣୀ କଁଇତା(୨୫) । ବିକଳାଙ୍ଗ ଭଳି ଭଲରେ କଥା କହିପାରନ୍ତି ନାହିଁ। ଏ ଦୁହି ଭାଇ ଓ ଭଉଣୀ ଙ୍କୁ ଆବାସଘର ଓ କଁଇତା ନାଏକଙ୍କୁ ଯଦି ଭତ୍ତା ବ୍ୟବସ୍ଥା କରାଯାଏ ତାହାହେଲେ ଭଲରେ ରହି ପାରନ୍ତେ । ଜଣେ ବଂଚିବା ପାଇଁ ହେଲେ ଖାଦ୍ୟ, ବସ୍ତ୍ର ,ବାସଗୃହ, ଦରକାର ପଡ଼ିଥାଏ । ଏ ଦୁଇ ଭାଇ ଓ ଭଉଣୀଙ୍କ ଆଶ୍ରୟ ନେବାପାଇଁ ଘରଟିଏ ହିଁ ନାହିଁ। ଏମାନଙ୍କୁ ତୁରନ୍ତ ଆବାସଘର ଯୋଗାଇ ଦେବାପାଇଁ ପ୍ରଶାସନକୁ ହେଉଛି ଦାବି।

Welcome to Odisha News24

error: Content is protected !!
%d bloggers like this: