ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

ୱେବ ରିପୋର୍ଟର : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣ ସିଂହପୁର (୩-୨-୨୧): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଇ ୪ ର୍ଥ ସିଆରପିଏଫ ଯବାନ ପକ୍ଷରୁ କେମ୍ପ ପରିସରରେ ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା୪ ର୍ଥ ସିଆରପିଏଫ ବାଟାଲିୟନ ର କମାଡେଣ୍ଟ ମୋନଜ କୁମାର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏଥିରେ ସେକେଣ୍ଡ ଇନ୍ କମାଡେଣ୍ଟ ଏସ କେ ଠାକୁର, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଁସଦା, ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା , ଜଗନ୍ନାଥ ମନ୍ଦିର ସଭାପତି ନରସିଂହ ପାଢ଼ୀ, ଇ ୪ ର୍ଥ ସି ଆର ପି ଏ ଫ ଏସିଷ୍ଟାଣ୍ଡ କମାଣ୍ଡଡେନ୍ତ କେ କ୍ରିଷ୍ଣା ରାଓ ପ୍ରମୁଖମଞ୍ଚାସିନ ରହିଥିଲେ । ଏହି ବ୍ଲକ ଆଦିବାସୀ ଅଧ୍ୟୁଷିତ ମାଓ ଅଞ୍ଚଳରେ ଦଶମ ଶ୍ରେଣୀ ଠାରୁ ଯୁକ୍ତଦୁଇ ଶ୍ରେଣୀ ଛାତ୍ର ଛାତ୍ରିଙ୍କ ବିକାଶ ପାଇଁ କମ୍ପ୍ୟୁଟର ଶିକ୍ଷା କରାଯାଇଛି।ଏଥିରେ ୨୫ ଜଣ ଛାତ୍ରଛାତ୍ରୀ ଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ କରାଯାଇଛି।ଏଥିରେ ତ୍ରିଲୋଚନ କାଶୀ, ଉଦରୁ ମୁରଲୀ ଦୁଇଜଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଏହା ପ୍ରାୟ ଏକ ମାସ ଧରି କରାଯିବ ସମସ୍ତ ଛତାଛାତ୍ରି ଙ୍କୁ କ୍ୟାମ୍ପ୍ ପକ୍ଷରୁ ମାଗଣା ଖାଇବା ଯୋଗାଇଦିଆଯିବ ବୋଲି କହିଛନ୍ତି । ଶେଷରେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ। ଏହି ପ୍ରମାଣ ପତ୍ର ଦାଖଲ କରି କାମ କରିପାରିବେ । ଏଥିରେ ସମସ୍ତ ଯବାନ ଓ ପିଆରଓ ଏସ କେ ମହାନ୍ତି ଉପସ୍ଥିତ ରହି କାଯ୍ୟକ୍ରମରେ ସହଯୋଗ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: