ସିଆରପିଏଫ କାମାଣ୍ଡେଣ୍ଟ ଓ ଯବାନଙ୍କ ପାଇଁ ନୁଆଁ ଜୀବନ ପାଇଲେ ଯୁବତୀ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୧୪/୦୪): ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ସବେରି ପାରା ସ୍ଥିତ କୌଣସି ଅଜ୍ଞାତ କାରଣ ଯୋଗୁଁ ଗାଙ୍ଗି ବେଟି ଆଜି ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ |

ଗାଙ୍ଗି ବେଟି ବିଷ ପିଇବା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ପୁର୍ଣ ହୋଇଯାଇଥିଲା କିନ୍ତୁ ଏହାର ଖବର ପାଇ ପାଖରେ ଥିବା ସିଆରପିଏଫ ର ଦ୍ୱିତୀୟ ବାହିନୀର କାମାଣ୍ଡେଣ୍ଟ ଶ୍ରୀ ତାସି ଗ୍ୟାଲିକ ଓ ତାଙ୍କ ନିଜ ସାଥି ଯବାନ ମିଶି ଉକ୍ତ ଯୁବତୀଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଆଜି ରାତି ୦୮:୪୦ ସମୟରେ ନେଇଯାଇ ଥିଲେ | ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହେବା ପରେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତର ସୂଚନା ଦେଇଛନ୍ତି l ସିଆରପିଏଫ କାମାଣ୍ଡେଣ୍ଟ ଓ ଯବାନଙ୍କ ଯୋଗୁଁ ଯୁବତୀ ଜଣକ ନୁଆଁ ଜୀବନ ପାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: