ସାଧାରଣ ଜନତାଙ୍କ ସ୍ୱର

ସାରୁକୁଣ୍ଡରେ ପାଇଖାନା ଦୁର୍ନୀତି ଅଭିଯୋଗ ଆଣିଲେ ବ୍ଲକ ଉପାଧ୍ୟକ୍ଷ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୧୭/୦୨): ବୈପାରୀଗୁଡା ବ୍ଲକ ଦଶମନ୍ତପୁର ପଂଚାୟତ ସାରୁକୁଣ୍ଡ ଗ୍ରାମରେ ପାଇଖାନା ଦୁର୍ନୀତି ନେଇ ଅଭିଯୋଗ ଆଣିଛନ୍ତି ବ୍ଲକ ଉପାଧ୍ୟକ୍ଷ ତିଲଚନ ଜେନା l କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵଚ୍ଚ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ପ୍ରତି ଘରକୁ ଗୋଟିଏ ପାଇଖାନା ପିଛା ୧୨୦୦୦ ଟଙ୍କା ପ୍ରଦାନ କରାଯାଉଛି |f89d6ec8 f84c 4293 bce8 08939e5dcfb2

ହେଲେ ଏହି ପାଇଖାନା ନିର୍ମାଣ କେବଳ କାଗଜ କଲମରେ ହେଉଥିବାବେଳେ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହୁଛନ୍ତି l ସେହିପରି ସାରୁକୁଣ୍ଡ ଗ୍ରାମରେ ଦଶ ଜଣଙ୍କ ପାଇଖାନା ନିର୍ମାଣ କରାଯାଇନଥିବା ବେଳେ ହିତାଧିକାରୀଙ୍କ ନାଁରେ ଏକ ଲକ୍ଷ କୁଡିଏ ହଜାର ଟଙ୍କା ଉଠାଣ ହୋଇଯାଇଛି l ଏନେଇ ଗତ ଏଗାର ତାରିଖ ଦିନ କୋରାପୁଟ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଥିଲା l ଅଭିଯୋଗ ପରେ ତୋରୋଵର ଭାବେ ପ୍ରଶାସନ ପକ୍ଷରୁ ପାଇଖାନା ନିର୍ମାଣ ଚାଲିଛି, ଏଥିରେ ପାଇଖାନା ଦୁର୍ନୀତି ବାରି ହେଉଛି ବୋଲି ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି l ସେପଟେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ ଶତପଥୀ ପାଇଖାନା ଦୁର୍ନୀତି ଅଭିଯୋଗ ଖଣ୍ଡନ କରିଥିବା ବେଳେ ଏ ବିଷୟରେ କିଛି ଜାଣିନାଥିବା ସହ ସାରୁକୁଣ୍ଡ ଗାଁର ହିତାଧିକାରୀ ତାଙ୍କୁ ଅଭିଯୋଗ କରିନାହାନ୍ତି ବୋଲି ପ୍ରକାଶ କରିଛନ୍ତି l କେବଳ ସାରୁକୁଣ୍ଡ ଗୋଟିଏ ଗାଁ ନୁହେଁ ବ୍ଲକରେ ଅନେକ ଗାଁ ରେ ଏହିପରି ପାଇଖାନା ଦୁର୍ନୀତି ହୋଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି l

Welcome to Odisha News24

%d bloggers like this: