ସାମ୍ବାଦିକଙ୍କ ପିତୃ ବିୟୋଗ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୧/୦୪): ବିନିକା ସାମ୍ବାଦିକ ସଙ୍ଘ ର ସମ୍ପାଦକ ଶାନ୍ତନୁ ପଣ୍ଡାଙ୍କ ବାପା ଲୋକନାଥ ପଣ୍ଡାଙ୍କ ହୃଦଘାତରେ ପରଲୋକ ହୋଇଛି ।

ବିନିକା ସ୍ଥିତ ବାସଭବନରେ ଛାତିରେ କଷ୍ଟ ଅନୁଭୂତ ହେବାରୁ ବିନିକା ହସ୍ପିଟାଲକୁ ନିଆଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ରାଉରକେଲା ଷ୍ଟିଲପ୍ଲାଣ୍ଟରେ ୧୯୬୭ ରୁ ୨୦୦୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ବେଳେ ୨୦୦୦ ମସିହାରେ ସ୍ବେଚ୍ଛାକୃତ ଅବସର ନେଇଥିଲେ । ସେ ଜଣେ ମେଳାପୀ ମିଷ୍ଟଭାସି ସହ ସମସ୍ତଙ୍କ ଅତି ପ୍ରିୟ ଭାଜନ ଥିଲେ। ତାଙ୍କ ବଡ଼ପୁଅ କୃଷ୍ଣଚନ୍ଦ୍ରପଣ୍ଡା ମୁଖାଗ୍ନି ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: