ସାମ୍ବାଦିକଙ୍କୁ ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ନେଇ ଏସପି ଙ୍କୁ ଦାବିପତ୍ର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡ଼ା (୨୨/୫): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନାର ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଗତ ୧୯.୦୫.୨୦୨୧ ରାତିରେ ଜଣେ କାର୍ଯ୍ୟରତ ୱେବ ମିଡ଼ିଆର ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ସମସ୍ତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିବା ନେଇ ଧମକ ଦେବା ଅଡିଓ ଭାଇରାଲ ହେବା ପରେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତାକୁ ନେଇ ଏବେ ସଙ୍କଟ ସୃଷ୍ଟି ହୋଇଛି ।

ରାଜ୍ୟ ସରକାର ସମ୍ବୁଖ ଯୋଦ୍ଧା ଘୋଷଣା କରିଥିବା ବେଳେ ଜଣେ ପୁଲିସ ଅଧିକାରୀ ଏଭଳି କହିବାକୁ ନେଇ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ଜିଲ୍ଲା ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରି ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶଙ୍କ ସଭାପତିତ୍ବରେ ବାଲିଗୁଡ଼ା ଏସ ଡି ପି ପି ଓ ମନୋଜ ପୂଜାରୀଙ୍କ ଜରିଆରେ କନ୍ଧମାଳ ଏସପିଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଯଦି ଏସପି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ଦାବୀ ପ୍ରଦାନ ବେଳେ ସାମ୍ବାଦିକ ମନୋରଂଜନ ରାୟ, ସଞ୍ଜୟ ପାଣିଗ୍ରାହୀ, ପବିତ୍ର ଦିଗାଲ, ସତ୍ୟ ନାରାୟଣ ପଣ୍ଡା ଓ ଧର୍ମ ପଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: