ସାମାନ୍ୟ ବିଳମ୍ବ ହୋଇଥିଲେ ଚାଲିଯାଇଥାନ୍ତା ଅମୂଲ୍ୟ ଜୀବନ,ଡାକ୍ତରଙ୍କ ଅର୍ଥ ଶୋଷଣ ମନୋଭାବ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର,ତା୨୪-୦୫): ଡ଼ାକ୍ତରଙ୍କୁ ଭଗବାନ ବୋଲି ଆଖ୍ୟା ଦିଆ ଯାଇଥିବା ବେଳେ ସେମାନଙ୍କ ନିକଟରେ ସେବା ମନୋଭାବ ବଦଳରେ ଅର୍ଥ ଶୋଷଣ ମନୋଭାବ ପୋଷଣ ଯୋଗୁଁ ରୋଗୀ ଅକାଳ ମୃତ୍ୟୁ ର ଶିକାର ହେଉଥିବା ସହ ସର୍ବସ୍ୱାନ୍ତ ହୋଇ ଯାଉଥିବା ଘଟଣା ନେଇ ଜନସନ୍ତୋଷ ବୃଦ୍ଧି ପାଉଛି । ଏପରି କି ସରକାର ସମସ୍ତ ସୁବିଧା, ସୁଯୋଗ ମାଗଣା ରେ ପ୍ରଦାନ ବ୍ୟବସ୍ଥା କରିଥିବା ଓ ଅନେକ ଗରିବ ଲୋକମାନଙ୍କ ଅମୂଲ୍ୟ ଜୀବନ ରକ୍ଷା ପାଉଛି । ହେଲେ କିଛି ଅର୍ଥଖୋର ଡ଼ାକ୍ତର ତାଙ୍କ ଡାକ୍ତରୀ କୁ ବ୍ୟବସାୟ ରୂପେ ବ୍ୟବହାର କରିବା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ।

ପ୍ରକାଶ ଯେ,ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ ଡିଭିଜନାଲ ଡ଼ାକ୍ତର ଖାନା ଉପରେ ଅତ୍ୟନ୍ତ ନିରୀହ ଓ ଗରିବ ତଥା ଅନ୍ୟ ସମସ୍ତ ପ୍ରକାର ଲୋକେ ନିର୍ଭର କରୁଥିବା ବେଳେ ଏଠି ବିଭିନ୍ନ ପଦ,ପଦବୀ ଖାଲି ରହିଥିବା ସହ ଅନେକ ସମସ୍ୟା ରହିଛି । ଯାହା ପୂରଣ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ । ଏହି ଡ଼ାକ୍ତର ଖାନାରେ ସପ୍ତାହ କୁ କିଛି ଦିନ ପାଇଁ ଆସୁଥିବା ଡ଼ଃ ଶ୍ରୀ ମେହେର ଯିଏକି ଔଷଧ ବିଶେସଜ୍ଞ ସେ ଆସିଲେ ଲୋକଙ୍କ ଲମ୍ବା ଧାଡି ଲାଗିଥାଏ । ହେଲେ ସରକାରୀ ନିୟମର ଖିଲାପ କରି ଖୋଲାଖୋଲି ନିର୍ଦ୍ଦିଷ୍ଟ ଦୋକାନରୁ ସବୁ ଦାମିକା ଔଷଧ ଆଣିବା,ପରୀକ୍ଷା କରିବା ପାଇଁ ନିର୍ଦିଷ୍ଟ ପରୀକ୍ଷାଗାରକୁ ଯିବାକୁ କହିବା ସହ ଅତ୍ୟନ୍ତ ମଧୁର କଥା କହି ଆକର୍ଷିତ କରିଥାନ୍ତି । ଏଣୁ ଲୋକେ ନିଜ ସରଳତା ର ଯୋଗୁଁ କେବଳ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ ରେ ଅପେକ୍ଷା କରିଥାନ୍ତି । ସେହିପରି ଟିଟିଲାଗଡ ସହରର ଗୋବିନ୍ଦ ସାହୁ ନାମକ ଜିଲ୍ଲା ସଂକୀର୍ତ୍ତନ ସଙ୍ଘ ସଭାପତି ସାତ ମାସ ଧରି ଏହି ଡ଼ାକ୍ତର ଖାନାର ଡ଼ଃ ମେହେର ନାମକ ଉକ୍ତ ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରେଇବା ସତ୍ୱେ ଦାମିକା, ଔଷଧ ସବୁ ସେ କହିବା ଅନୁଯାୟୀ କିଣି ଖର୍ଚ୍ଚ।ନ୍ତର ଶିକାର ହୋଇ ଅଧିକ ଗୁରୁତର ହୋଇ ପଡ଼ିଥିଲେ । ଉକ୍ତ ଗୋବିନ୍ଦ ସାହୁଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଟିଟିଲାଗଡ ଡ଼ାକ୍ତର ଖାନାକୁ ପହଞ୍ଚି ଡ଼ଃ ଓଁକାର ହୋତାଙ୍କୁ ଦେଖାଇବାରୁ ସେ ତାଙ୍କର ସ୍ୱାସ୍ଥ୍ୟ ଦେଖି ତୁରନ୍ତ ଏକ୍ସରେ କରିବାକୁ କହି ତାଙ୍କ ଯକ୍ଷ୍ମା ବା ଟିବି ଥିବା ସନ୍ଦେହ କରି ଶେଷ ଅବସ୍ଥା ଥିବା ଜଣାଇଥିଲେ ।

ଉକ୍ତ ଏକ୍ସରେ ଓ ସମସ୍ତ ରିପୋର୍ଟରେ ଯକ୍ଷ୍ମା ଅକ୍ରାନ୍ତ ଥିବା ଜଣାପଡିବାରୁ ଡ଼ାକ୍ତର ତୁରନ୍ତ ଔଷଧ ସେବନ ପରାମର୍ଶ ଦେଇଥିଲେ । ସେ ମାଗଣାରେ ସରକାରୀ ଭାବେ ଔଷଧ ଆରମ୍ଭ କରିବା ମାତ୍ରେ ସେ ମୃତ୍ୟୁ ମୁଖରୁ ବର୍ତି ଯାଇ ନୂତନ ଜୀଵନ ଲାଭ କରିଥିଲେ । ଉକ୍ତ ଡ଼ଃ ଶ୍ରୀ ମେହେର ଲକ୍ଷଣ ଦେଖି ଜାଣି ସୁଦ୍ଧା ପରୀକ୍ଷା ପାଇଁ ନ କହିବା ଓ ଉକ୍ତ ଦୋକାନରୁ ଦାମିକା ଔଷଧ ସବୁ ଖାଇବାକୁ କହିଥିବା ପରି ଗୁରୁତର ଅଭିଯୋଗ କରିଛନ୍ତି । ଶ୍ରୀ ଗୋବିନ୍ଦ ସାହୁ ଏ ନେଇ ଯକ୍ଷ୍ମା ଔଷଧ ସେବନ ପାଇଁ ଲେଖିବାକୁ କହିସୁଦ୍ଧା ପରୀକ୍ଷା କିମ୍ବା ଔଷଧ ନ ଦେଇ କେବଳ ତାଙ୍କ ଭିଟାମିନ ଔଷଧ ଦେଇଚାଲିଥିଲେ । ଶ୍ରୀ ସାହୁ ଡ଼ଃ ଶ୍ରୀ ହୋତାଙ୍କ କେବଳ ଥରେ ଗୋଟିଏ ପରୀକ୍ଷାରେ ତୁରନ୍ତ ଔଷଧ ସେବନ କରି ମାତ୍ର ୩ ଦିନରେ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଘଟିଥିବା ଓ ଆଉ ଯଦି କିଛି ସମୟ ବିଳମ୍ବ ହୋଇଥାନ୍ତା ତେବେ ଅମୂଲ୍ୟ ଜୀବନ ଚାଲିଯାଇଥାନ୍ତା । ସରକାରୀ ଭାବେ ଖୋଲା ଖୋଲି ବେଆଇନ ଭାବେ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରାଇ ନିଜ କମିଶନ ବ୍ୟବସ୍ଥାରେ ଲାଭବାନ ହେବେ ଓ ସଠିକ ଚିକିତ୍ସା ନ କରି ଅର୍ଥ ଶୋଷଣ ମନୋଭାବ ପୋଷଣ କେତେ ଯୁକ୍ତିଯୁକ୍ତ ସେ ନେଇ ତୁରନ୍ତ ବିଭଗୀୟ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ସଂକୀର୍ତ୍ତନ ସଙ୍ଘ ଓ ଅନ୍ୟ ସ୍ୱେଚ୍ଛାସେବୀ ସଙ୍ଘ ତରଫରୁ ଦାବୀ କରାଯାଇଛି ।

Welcome to Odisha News24

error: Content is protected !!
%d bloggers like this: