ସାବିତ୍ରୀ ପୂଜା ସାମଗ୍ରୀ ଯୋଗାଇବାକୁ ଅନଲାଇନରେ ତିନି ମହିଳାଙ୍କ ପ୍ରୟାସ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୮/୦୬): ସାବିତ୍ରୀ ବ୍ରତ ଓଡ଼ିଶାରେ ଘରେ ଘଝରେ ପାଳନ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ସାବିତ୍ରୀ ପୂଜା ସାମଗ୍ରୀ ମିଳିବା କଷ୍ଟକର ହୋଇପଡିଛି । ଏପରି ସ୍ଥଳେ ଅନଲାଇନରେ ସାବିତ୍ରୀ ପୂଜାର ସମସ୍ତ ଆବଶ୍ୟକ ପୂଜା ସାମଗ୍ରୀ ଯୋଗାଇ ଦେବାକୁ ନିଆରା ଉଦ୍ୟମ କରିଛନ୍ତି କଟକ ଜିଲ୍ଲା ତିନିଘରିଆ ଗ୍ରାମର ତିନି ଜଣ ମହିଳା ।

ଏହି ଗ୍ରାମର ଲିଜ଼ା ବସ୍ତିଆ ଓ ତାଙ୍କ ସହଯୋଗୀ ଅଞ୍ଜଳି ବସ୍ତିଆ, ରୀନାରାଣୀ ବସ୍ତିଆ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ସାମଗ୍ରୀକୁ ପ୍ୟାକେଟ୍ କରି ସ୍ୱଳ୍ପ ମୂଲ୍ୟରେ ଘରେ ଘରେ ପହଞ୍ଚାଉଛନ୍ତି । ମହିଳାମାନଙ୍କର ଏପରି ପ୍ରୟାସ ଅନେକ ସାବିତ୍ରୀଙ୍କୁ ଆଶ୍ୱସ୍ତ କରିଛି । ମହିଳାଙ୍କ ଏଭଳି କାର୍ଯ୍ୟକୁ ପ୍ରସଂସା ମଧ୍ୟ କରାଯାଇଛି | ସାବିତ୍ରୀ ପୂର୍ବରୁ ଅନେକ ସାମଗ୍ରୀ ଆବଶ୍ୟକ ହେଉଥିବାବେଳେ ଲକ୍ଡାଉନ୍ ଯୋଗୁଁ ତାହା ପାଇବା କଷ୍ଟକର ହେଉଛି । କେବଳ ଫଳ ମୂଳ ଦୋକାନ ଖୋଲା ଥିଲେ ବି ଲୁଗାପଟା ଓ ପୂଜାର ଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ ସବୁ ବନ୍ଦ ପଡ଼ିଛି । ଏପରି ସମୟରେ ପୂଜା ପାଇଁ ଆବଶ୍ୟକ ହେଉଥିବା ନଡ଼ିଆ, ଧୂପ, ଦୀପ ସହିତ ସାବିତ୍ରୀ ବ୍ରତ, ସିନ୍ଦୁର, ଅଳତା ଓ ବ୍ରତ ବହି ପ୍ରଭୃତି ସେମାନେ ଅନଲାଇନ୍ ମାଧ୍ୟମରେ ପଠାଇବାର ବ୍ୟବସ୍ଥା କରିଛନ୍ତି ।

fasttend.com ଅଥବା ୯୩୪୮୬୬୬୯୩୨ ନମ୍ବରରେ ଯୋଗାଯୋଗ କରି ଏହି ସାମଗ୍ରୀ ମଗାଯାଇ ପାରିବ।ସମସ୍ତ ସାମଗ୍ରୀର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି । ବର୍ତ୍ତମାନ ସମୟରେ ଅନଲାଇନ୍ ମାଧ୍ୟମରେ ଦିନକୁ ୫୦ରୁ ଅଧିକ ଅର୍ଡର ଆସୁଥିବାବେଳେ ଆଗକୁ ଏହା ଆହୁରି ବଢ଼ିବ ବୋଲି ସେମାନେ କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: