ସାଧାରଣ ଜନତାଙ୍କ ସ୍ୱର

ସାବିତ୍ରୀ ପାଠାଗାର ରେ ପୁସ୍ତକ ଉନ୍ମୋଚନ ଉତ୍ସବ

ୱେବ ରିପୋର୍ଟର : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୧୮-୨-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ର ଯୁବ କବି ଶ୍ରୀ ଶ୍ରୀଧର ପଟ୍ଟନାୟକ ଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଗତ ୧୬/୨ ରିଖ ପବିତ୍ର ସରସ୍ବତୀ ପୂଜା ଦିନ କବି ଡମ୍ବୁରୁଧର ପଟ୍ଟନାୟକ ପ୍ରତିଷ୍ଠିତ ସାବିତ୍ରୀ ପାଠାଗାର ରାୟଗଡା ଠାରେ ଏକ ନିରା ଡମ୍ବର ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସରସ୍ବତୀ ଙ୍କ ଆରାଧନା ଗାନ କରିଥିଲେ ।

କବି ଦମ୍ବୁରୁ ଧର ପଟନାୟକ ଏହା ପରେ ଫେସବୁକ ଲାଇଭ ମଧ୍ୟରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଉନ୍ମୋଚନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ପରେ କବି ଶ୍ରୀ ଶ୍ରୀଧର ପଟ୍ଟନାୟକଙ୍କ ପ୍ରଥମ ପୁସ୍ତକର ଫଳକ ସମ୍ପର୍କରେ କହିବାକୁ ଅନୁରୋଧ କରିଥିଲେ। କବି ଶ୍ରୀଧର ପଟ୍ଟନାୟକ ତାଙ୍କର ପ୍ରଥମ ବହି ସାବିତ୍ରୀ ପାଠାଗାରରେ ଉନ୍ମୋଚନ ହୋଇଥିବାରୁ କୁବ ଖୁସି ପ୍ରକାଶ କରିଥିଲେ। କବି ରୂପେଶ ସାହୁ ଓ କବି ବିମଲ ଛାନ୍ଦ ପଟ୍ଟନାୟକ ବହିଟିର ସାରଗର୍ଭକ ସମୀକ୍ଷା କରିଥିଲେ। ଏହା ପରେ ପାଞ୍ଚ ଜଣ ଗାଳ୍ପିକ ଯଥା ଚି ରଞ୍ଜନ ତ୍ରିପାଠୀ,ଡମ୍ବୁରୁଧର ପଟ୍ଟନାୟକ, ମୌସୁମୀ ଦାସ,ଏମ ହିମାଂଶୁ ଆଚାରୀ ଓ ହଂସନାଥ ମୁଦୁଲି ଙ୍କ ମିଳିତ ସଂକଳନ, ପଞ୍ଚାତ୍ମିକା କୁ କବି ତଥା ଅନୁବାଦକ ଆଶୁତୋଷ ପାତ୍ର ଉନ୍ମୋଚନ କରିଥିଲେ। ବହି ସମ୍ପର୍କରେ ଗାଳ୍ପିକ ଡ଼ମ୍ବୁରୁଧର ପଟ୍ଟନାୟକ ସାମୁହିକ ସୂଚନା ଦେଇଥିଲେ। ଶ୍ରୀ ପାତ୍ର ପଞ୍ଚାତ୍ମିକାର ସମୀକ୍ଷା କରି ଗାଳ୍ପିକ ଓ ଗଳ୍ପ ଗୁଡିକ ସମ୍ପର୍କରେ ସାମୁହିକ ଆଲୋଚନା କରିଥିଲେ। ଉତ୍ସବ ର ଦିତୀୟ ପର୍ଯ୍ୟୟରେ କବି ଗୋଲକ ଚନ୍ଦ୍ର ଦଳାଇ ଙ୍କ ଦୁଇଟି କବିତା ବହି କାଳୀଝିଅ ଓ ସେହି ଶାବନା ରଙ୍ଗର ଝିଅ କୁ ତାଙ୍କର ସହଧର୍ମିଣୀଙ୍କ ହାତରେ ଉନ୍ମୋଚନ କରାଯାଇଥିଲା। ପ୍ରଥମ ଥର ପାଇଁ କବିଙ୍କ ପୁସ୍ତକ କବି ପତ୍ନୀ ହାତରେ ଉନ୍ମୋଚନ ହେବା ଏକ ନୁଆଁ ଧାରା ସୃଷ୍ଟିକଲା ବୋଲି ଉପସ୍ଥିତ କବି ମାନେ ସାଧୁବାଦ ଜଣାଇଥିଲେ। ଏଥିରେ କବି ଆଶୁତୋଷ ପାତ୍ର,ଶ୍ରୀଧର ପଟ୍ଟନାୟକ,ବିମଲ ପଟ୍ଟନାୟକ ଓ ଡ଼ମ୍ବୁରୁଧର ପଟ୍ଟନାୟକ କବିଙ୍କ ପୁସ୍ତକ ରୁ ନିର୍ବାଚିତ କବିତା ମାନ ଆବୃତ୍ତି କରିଥିଲେ। କବି ଶ୍ରୀ ଦଳାଇ ତାଙ୍କର ଏହି ଷଷ୍ଠ ସପ୍ତମ ପୁସ୍ତକ ସମ୍ପର୍କରେ ତାଙ୍କର ସକ୍ରିୟ ଅନୁଭୂତି କୁ ପ୍ରକାଶ କରିଥିଲେ। ସାବିତ୍ରୀ ପାଠାଗାର ଏବେ ଓଡ଼ିଶାର ଅନ୍ୟତମ ଆକର୍ଷଣ ପାଲଟିଚି ବୋଲି କହିଥିଲେ। ଏହି ଉନ୍ମୋଚନ ଉତ୍ସବରେ ସର୍ବ ଶ୍ରୀ ନୀଳାମ୍ବର ମିଶ୍ର,ଗୋଲକ ଚନ୍ଦ୍ର ଦଳାଇ,ଆଶୁତୋଷ ପାତ୍ର,ହୃଷୀକେଶ ରଥ,ରୂପେଶ ସାହୁ,ଶ୍ରୀଧର ପଟ୍ଟନାୟକ,ବିମଲ ଛାନ୍ଦ ପଟ୍ଟନାୟକ ଙ୍କ ସମେତ ଡମ୍ବୁରୁଧର ପଟ୍ଟନାୟକ ଓ ଦଳାଇ ଙ୍କ ପତ୍ନୀ ଯୋଗ ଦେଇଥିଲେ। ଶେଷରେ ବିମଲ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Welcome to Odisha News24

%d bloggers like this: