ସାଙ୍ଗସାଥିଙ୍କ ସହ ଜନ୍ମଦିନ ଭୋଜି ହେଲା ଶେଷ କାଳ/ଗୋଇବନ୍ଧା ଘାଇରେ ବୁଡି ଯୁବକ ମୃତ୍ୟୁ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୭/୬): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଇବନ୍ଧା ଡ୍ୟାମ ରେ ସୋମବାର ଦିନ ଅପରାହ୍ନରେ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ଗୁଇବନ୍ଧା ଘାଇ ରେ ଗାଧେଇବା ସମୟରେ ପାଣିରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ମୃତକ ହେଲେ ପାତ୍ର ସାହିର ରୁପେଶ ପାତ୍ର (୨୩) | ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଅଂଚଳରେ |

ବାଲିଗୁଡ଼ା ସହରର କିଛି ସାଙ୍ଗ ସାଥି ମିଶି ଜନ୍ମ ଦିନ ମନାଇବାକୁ ନିକଟସ୍ଥ ଗୋଇବନ୍ଧା ଡ୍ୟାମକୁ ଯାଇଥିଲେ | ପାର୍ଟି ପରେ ଡ୍ୟାମରେ ଗାଧୋଉ ଥିବାବେଳେ ଜଣେ ସାଙ୍ଗ ରୁପେଶ ବୁଡି ଯାଇଥିଲେ | ବହୁ ଖୋଜିବା ପରେ ପାଣିରେ ସନ୍ଧାନ ନ ପାଇ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ | ଅଗ୍ନିଶମ ବାହିନୀ ପହଂଚି ରୁପେଶଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଭର୍ତି କରିଥିଲେ, କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ | ତେବେ ପାଣିରେ ବୁଡି ମୃତ୍ୟୁ ହୋଇଛି କି ସାଙ୍ଗସାଥି ଙ୍କ ସହ ଜନ୍ମଦିନ ପାର୍ଟି ରେ ମତାନ୍ତର ପରେ କିଛି ଅଘଟଣ ଘଟିଛି ସେ ନେଇ ଏବେ ଅଂଚଳ ସନ୍ଦେହ ସୃଷ୍ଟି ହୋଇଛି | ସେପଟେ ବାଲିଗୁଡା ଥାନା ପୋଲିସ ଘଟଣା ର ତଦନ୍ତ ଚଳାଇବା ସହ ମୃତ ଦେହ ବ୍ୟବଚ୍ଛେଦ ପରେ ଅଧିକ କିଛି ସ୍ପଷ୍ଟ ହେବ ବୋଲି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: