ସାଂସଦ ପ୍ରତିନିଧିଙ୍କ ଆଦର୍ଶ ଗ୍ରାମପଂଚାୟତ ଗସ୍ତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୦୧/୧୨): ବନ୍ଧୁଗାଁ ବ୍ଲକର ଗାରଡି ଗ୍ରାମ ପଞ୍ଚାୟତକୁ ସାଂସଦ ଆଦର୍ଶ ପଞ୍ଚାୟତ ଭାବରେ କୋରାପୁଟ ଜିଲା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଦ୍ୱାରା ମାନ୍ୟତା ଦିଆଯାଇଛି |

ସେହି ପଞ୍ଚାୟତରେ ଥିବା ଗ୍ରାମମାନଙ୍କ ଅନେକ ପ୍ରକାରର ଉନ୍ମୟନ ମୂଳକ କାର୍ଯ୍ୟ କରିବା ପାଇଁ ଶ୍ରୀ ଉଲାକା ବନ୍ଧୁଗାଁ ବ୍ଲକର ପୂର୍ବତନ ସଭାପତି ଦାବଡା ସିଂଘ ଏଙ୍କାଟିଙ୍କୁ ନିଜ ପ୍ରତନିଧି ଭାବରେ ଦାୟୀତ୍ୱ ଦିଆ ଯାଇଥିବାରୁ ସେ ଲୋକଙ୍କୁ ଏକତ୍ରିତ କରି କର୍ମୀ ସମାବେଶ ସହ ଆଲୋଚନା ବୈଠକ କରିଛନ୍ତି | ଏଠି ଉପସ୍ଥିତ ରହିଥିବା ଗ୍ରାମର କର୍ମୀମାନଙ୍କୁ ଆଗାମୀ ୨୦୨୨ ନିର୍ବାଚନ ପାଇଁ କେଉଁ ପ୍ରକାର ଭାବରେ ଆମେ ସଜାଗ ହୋଇ ପାରିବା ଓ ନିଜ ନିଜ ଗ୍ରାମରେ ରହିଥିବା ଅନେକ ସମସ୍ୟା ନେଇ ଏକ ସ୍ବତନ୍ତ୍ର ଭାବରେ ଉନ୍ନତି କରିପାରିବା ଓ ପଞ୍ଚାୟତରେ ରହୁଥିବା କଂଗ୍ରେସ ଦଳିୟ କର୍ମୀମାନେ ତୃଣମୂଳ ସୁଦୃଢ ସଂଗଠନ କରିବା ପାଇଁ ଅନେକ ପ୍ରକାର ବିଷୟକୁ ନେଇ ବୈଠକ ରଖି ଆଲୋଚନା କରିବି ବୋଲି କହିଛନ୍ତି | ମୋ ସହିତ କଂଗ୍ରସ ଦଳର ଅନେକ ବୁଦ୍ଧି ଓ ପୁରୁଖା ଓ ବୟସ୍କ ବ୍ୟକ୍ତି ଓ ବନ୍ଧୁଗାଁ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ଲକ୍ଷ୍ମଣ ଖୋସଲା ମଧ୍ୟ ସମସ୍ତଙ୍କ ଉପସ୍ଥିତରେ ବୈଠକ କରାଯାଇଥିଲା |

Welcome to Odisha News24

error: Content is protected !!
%d bloggers like this: