ସାଧାରଣ ଜନତାଙ୍କ ସ୍ୱର

ସାଂସଦଙ୍କ ନନ୍ଦପୁର ସିଏଚସି ପରିଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର: ତା୨୧/୦୨/୨୧: କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ଶ୍ରୀ ସପ୍ତଗିରି ଉଳାକା ଆଜି ନନ୍ଦପୁର ବ୍ଲକ୍ ଗସ୍ତ ରେ ଆସି ଆଦର୍ଶ ବିଦ୍ୟାଳୟ ଗଣି ନାୟକ ପୁଟ, ଚାଟୁଆ ପଞ୍ଚାୟତର ନାରୀ ଗାଁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ।

ସିଏଚସି ପରିଦର୍ଶନ ସମୟେ ତାଙ୍କ ସହ ପୂର୍ବତନ ବିଧାୟକ ଶ୍ରୀ ରାମଚନ୍ଦ୍ର କାଡ଼ାମ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ସାଂସଦ ପ୍ରତିନିଧି ଶ୍ରୀ ଗୋପାଳ ମାଟାମ ଓ ଅନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ ଦୁବରାଜ ମୁର୍ମୁ ସାଂସଦ ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ବାହାର ଓ ଭିତରକୁ ପରିଦର୍ଶନ କରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ୟା ଗୁଡ଼ିକ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।ସାଂସଦ ଶ୍ରୀ ଉଲାକା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡ଼ିକର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Welcome to Odisha News24

%d bloggers like this: