ସାଧାରଣ ଜନତାଙ୍କ ସ୍ୱର

ସହାୟତା ଅପେକ୍ଷାରେ ଧନମତି, ସ୍ୱାମୀଙ୍କ ମୃତ୍ୟୁକୁ ବିତିଗଲା ୫ବର୍ଷ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର:୨୭/୦୨/୨୧): ଆଜକୁ ୫ବର୍ଷ ତଳେ ହାଡ ପୁଟ ଗ୍ରାମର ଗାଦୁ ନାରିଆଙ୍କ ମୃତ୍ୟୁ ହୋଇଥିଲା | ଗ୍ରାମରେ ଥିବା ଅଙ୍ଗନୱାଡ଼ି, ଆଶା ଦିଦି, ଏ ନ୍ ମ ଦିଦିଙ୍କ ଜାଣତରେ ସମସ୍ତ ଶୁଦ୍ଧି କ୍ରିୟା କରାଯାଇ ଥିଲା କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ପରେ ସରକାରୀ ସାହାଯ୍ୟ ପାଇବାକୁ ଆବେଦନ କରିବାକୁ ଯିବାରେ ସମସ୍ତେ ମୃତ୍ୟୁ ପ୍ରମାଣ ପତ୍ର ଖୋଜିଥିଲେ |

ସଙ୍ଗେ ସଙ୍ଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୂର୍ବତନ ସରପଂଚ ଶ୍ରୀ କେଶବ ଖରାଙ୍କ ସହ ଯାଇଥିଲେ ସ୍ତ୍ରୀ ଶ୍ରୀମତୀ ଧାନମତି ନରିଆ କିନ୍ତୁ ମିଳି ନଥିଲା | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମୃତ୍ୟୁ ରେଜିଷ୍ଟରରେ ମୃତକଙ୍କ ନାମ କିଭଳି ଓ କାହିଁକି କାହା ଅବହେଳାରୁ ସ୍ବାସ୍ଥ୍ୟ କେନ୍ଦ୍ର ନଥି ପତ୍ରରେ ମୃତକ ଶ୍ରୀ ଗାଦୂ ନରିଆଙ୍କ ନାମ ଚଢ଼ିଲାନି ତାହା ଏବେ ଆଲୋଚନା ବିଷୟ । ଫଳତଃ ବିଧବା ସ୍ତ୍ରୀ ଶ୍ରୀମତୀ ଧନମତି ନରିଆ ଏବେ ବାର ଦୁଆର ବୃଦ୍ଧ ଶାଶୁ ମାଁଙ୍କୁ ସାଙ୍ଗରେ ଧରି ଏକ ଟାଇଲି ଛପର ଘରେ ବସବାସ କରୁଛନ୍ତି | ନନ୍ଦପୁର ପଞ୍ଚାୟତ ନନ୍ଦପୁର ବ୍ଲକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୌଡ଼ି ଦୌଡ଼ି ନୟାନ୍ତ | ସାହାରା କେବଳ ରାସନ କାର୍ଡ ଓ ମିଳୁଥିବା ଚାଉଳ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ଶ୍ରୀମତୀ ଧାନମତି ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା ବିଧବା ଭତ୍ତା ସହ ଆବାସ ଯୋଜନାରେ ସାମିଲ କରିବାକୁ ନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ କେଶବ ଖରା ଓ ହାଡ଼ପୁଟ ଗ୍ରାମବାସୀ ଦାବି କରିଛନ୍ତି। ଏଭଳି ଜନ୍ମ ମୃତ୍ୟୁ ପଞ୍ଜିକରଣ କିଭଳି ଓ କାହିଁକି ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ କରାଯାଉ ନାହିଁ ଫଳତଃ ଲୋକେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇବାକୁ ହଇରାଣ ହେଉଛନ୍ତି।ଏଥି ପ୍ରତି ଦାୟୀ କିଏ ତାହା କର୍ତ୍ତୃପକ୍ଷ ଦୃଷ୍ଟି ଦେବେ କି ?

Welcome to Odisha News24

%d bloggers like this: