ସର୍ବଭାରତୀୟ ସେବା ନିମନ୍ତେ ଅଗଷ୍ଟ ୨ରୁ ୟୁ.ପି.ଏସ.ସି. ସିଭିଲ ସର୍ଭିସ ସାକ୍ଷାତକାର

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୧/୦୬): ଆଇ.ଏ.ଏସ., ଆଇ.ପି.ଏସ୍., ଆଇଏଫ୍ଏସ୍ ଭଳି ସର୍ବଭାରତୀୟ ସେବା ନିମନ୍ତେ ଉଦ୍ଧିଷ୍ଟ ସିଭିଲ ସର୍ଭିସ ପରୀକ୍ଷା (୨୦୨୦)ର ସାକ୍ଷାତକାର ଆସନ୍ତା ଅଗଷ୍ଟ ୨ରୁ ଆରମ୍ଭ ହେବ ବୋଲି ୟୁ.ପି.ଏସ.ସି. ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ପ୍ରତିବର୍ଷ ସିଭିିଲ ସର୍ଭିସ ପାଇଁ ୟୁ.ପି.ଏସ.ସି. ପକ୍ଷରୁ ତିନିଟି ପର୍ଯ୍ୟାୟ ଯଥା ପ୍ରିିଲିମ୍ସ, ମେନ୍ ଓ ପର୍ସନାଲିଟୀ ଟେଷ୍ଟ (ସାକ୍ଷାତକାର)ରେ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତବର୍ଷ ଏପ୍ରିଲ ୨୬ରୁ ଆରମ୍ଭ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ୟୁ.ପି.ଏସ.ସି. କର୍ତ୍ତୃପକ୍ଷ ସ୍ଥଗିତ ରଖିଥିଲେ । ତେବେ କରୋନା ସ୍ଥିତିକୁ ସମୀକ୍ଷା କରାଯିବାପରେ ଅଗଷ୍ଟ ୨ରୁ ସାକ୍ଷାତକାର ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ନିମନ୍ତେ ଖୁବଶୀଘ୍ର ଏ ସଂକ୍ରାନ୍ତରେ ସୂଚନା ୟୁ.ପି.ଏସ.ସି. ୱେବ୍ସାଇଟରେ ଉଲ୍ଲେଖ କରାଯିବ ବୋଲି କୁହାଯାଇଛି । ତେବେ ସାକ୍ଷାତକାର ତାରିଖ ଓ ସମୟ ପରିବର୍ତ୍ତନ ସଂକ୍ରାନ୍ତ କୌଣସି ଅନୁରୋଧ ଗ୍ରହଣୀୟ ହେବନାହିଁ ବୋଲି ୟୁପିଏସ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । କରୋନା ଯୋଗୁଁ ୨୦୨୦ ସିଭିଲ ସର୍ଭିସ ମେନ୍ ପରୀକ୍ଷାର ଫଳାଫଳ ଚଳିତବର୍ଷ ମାର୍ଚ୍ଚ ୨୩ରେ ଘୋଷଣା କରାଯାଇଥିଲା ।

Welcome to Odisha News24

error: Content is protected !!
%d bloggers like this: