ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଟିଟିଲାଗଡ ଜନସାଧାରଣ, ଅସନ୍ତୋଷର ଦାନା ବାନ୍ଧୁଛି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୦୪-୧୨:): ବିପର୍ଯ୍ୟସ୍ଥ ପରିମଳ ବ୍ୟବସ୍ଥା କୁ ନେଇ ବିଧାୟିକା ତଥା ମନ୍ତ୍ରୀ ଙ୍କ ୱାର୍ଡ ର ମହିଳା ମାନେ ଟିଟିଲାଗଡ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ ଟିଟିଲାଗଡ ପୌରପରିଷଦ ଅଧିକାରୀ ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଦାଇତ୍ଵ ରେ ରହିଥିବା ସତ୍ୱେ ସହରର ବିଭିନ୍ନ ସ୍ଥାନରେ କୁଢ଼,କୁଢ଼ ଆବର୍ଜନା ଗଦା ହୋଇ ରହିବା ସହ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣ ରେ ବାରମ୍ବାର ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ପାନୀୟଜଳ ଯୋଗାଣ ଓ ପରିମଳ ତଥା ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ରୁ ସାଧାରଣ ବଞ୍ଚିତ ହୋଇ ରହିଛନ୍ତି । ପରିଚାଳନା ଗତ ତ୍ରୁଟି ଯୋଗୁଁ ଏ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । କାର୍ଯ୍ୟରତ ସଫେଇ କର୍ମଚାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଦୀର୍ଘ ଦିନ ର ଧାରଣା ଏସମା ନିୟମ ଲାଗୁ କରିଦେବା ରୁ ବାଧ୍ୟ ହୋଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସଫେଇ କର୍ମଚାରୀ ଠିକା ଭିତ୍ତିରେ କାର୍ଯ୍ୟରେ ଅନିଚ୍ଛା ସତ୍ୱେ ଯୋଗ ଦେଇଛନ୍ତି । ଏଣୁ କର୍ମଚାରୀ ଙ୍କ ଓ ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ପରିମଳ ବ୍ୟବସ୍ଥା ଦୟନୀୟ ସ୍ଥିତି ରେ ରହିଛି । କୋଭିଡ-୧୯ ନିୟମ ଅନୁଯାୟୀ ଏହି ପରିମଳ ବ୍ୟବସ୍ଥାରେ ସ୍ୱତନ୍ତ୍ର ସଫେଇ ନିୟମ ଅନୁସାରେ ଏହି ଅଞ୍ଚଳରେ ଏହାର କାର୍ଯ୍ୟକାରୀ କରାଯାଇପାରି ନାହିଁ । ସମସ୍ତ ୱାର୍ଡ ଗୁଡିକ ରେ ଓ ସହର ର ବିଭିନ୍ନ ସରକାରୀ ବେସରକାରୀ ସ୍ଥାନରେ ଏ ସମସ୍ୟା ବଢିଚାଲିଛି । ପ୍ରକାଶ ଯେ ଅନୁରୂପ ଭାବେ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ରେ ବିଭିନ୍ନ ଡାକ୍ତର ଓ କର୍ମଚାରୀ ପଦ,ପଦବୀ ଖାଲି ରହିଥିବା ସମସ୍ୟା ଯୋଗୁଁ ଲୋକେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇଁ ବଲାଙ୍ଗୀର, ବୁର୍ଲା, କଟକ,ବିଶାଖାପାଟଣା,ରାୟପୁର ଆଦି ଅଞ୍ଚଳ କୁ ବାଧ୍ୟହୋଇ ଯାଉଛନ୍ତି । ସେହିପରି ଆଠ ,ଦଶ ଦିନରେ ଥରେ ପାନୀୟ ଜଳଯୋଗାଣ ହୋଇ ନ ପାରିବା ନେଇ କର୍ମଚାରୀ ଅଭାଵ ଦର୍ଶାଯାଇ ଥିବା ବେଳେ ଉପଜିଲ୍ଲାପାଳ ଏ ସମସ୍ୟା ର ସମାଧାନ ତୁରନ୍ତ କରିବା ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ମାସ,ମାସ ଧରି ଏହାର ସମାଧାନ ହୋଇ ନ ପାରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଏପରି କି ଏହି ସହର ର ଓଡିଶା ରାଜ୍ୟ ଗୃହସଚିବ ଦାଇତ୍ଵ ରେ ଥିବା ଅସିତ ତ୍ରିପାଠୀ ଓ ଏହି ସହ ର ର ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ରହି ଥିଲେ ସୁଦ୍ଧା ଏ ନେଇ ବିଭିନ୍ନ ଅନୁଷ୍ଠାନ ତରଫରୁ ବାରମ୍ବାର ଆବେଦନ, ନିବେଦନ କରି ନିରାଶ ହେବା ସାର ହୋଇଥିବା ସାଧାରଣ ରେ ଅସନ୍ତୋଷ ବଢିଚଲିଛି । ଏପରି କି ବିଧାୟିକ ଙ୍କ ନିଜ ୱାର୍ଡ ରୁ ଶତାଧିକ ମହିଳା ବାଧ୍ୟ ହୋଇ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଅଞ୍ଚଳରେ ଜବରଦଖଲ ହଟେଇବା ଓ ନୂତନ ନିର୍ମାଣ କାର୍ଯ୍ୟ ସଠିକ ଭାବରେ ହୋଇ ନ ପାରିବା ନେଇ ଅନୁରୂପ ଭାବେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଉପଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ତାଙ୍କ ଆବାସ ସାମ୍ନା ରେ ସରକାରୀ ସ୍ଥାନରେ ଜବରଦଖଲ କରିଥିବା ଏକ ଔଷଧ ଦୋକାନ କୁ ନ ଭାଙ୍ଗି ଛାଡ଼ିଦେବା ଓ ଉପଖଣ୍ଡ କାରାଗାର କଡରେ ଥିବା ଜବରଦଖଲ କୁ ଜଣେ ଅଣ ଓଡିଆ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଯୋଗୁଁ ଉକ୍ତ ଦଖଲ ନ ହଟେଇବା ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତୀବ୍ର ସମାଲୋଚନା କରାଯାଉଛି । ଜନ ସାଧାରଣ ଙ୍କ ସର୍ବନିମ୍ନ ସରକାରୀ ସେବା ମୌଳିକ ଅଧିକାର ହୋଇଥିବା ବେଳେ ଏ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଲିଖିତ ଅଭିଯୋଗ କରାଯାଇଛି ।

Welcome to Odisha News24

error: Content is protected !!
%d bloggers like this: