ସରଳତାର ସୁଯୋଗ ନେଇ ନାବାଳିକା,ଭିନ୍ନକ୍ଷମ ଝିଅ ସହ ଦୁଷ୍କର୍ମ ମାମଲା, ନଅ ମାସର ଗର୍ଭବତୀଙ୍କୁ ପ୍ରଶାସନିକ ସହାୟତା ପ୍ରଦାନ ଦେବାକୁ ଦାବୀ

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର, ତା୨୨-୦୫): ଡ଼ାକ୍ତର ଖାନା ଭିତରେ ଜଣେ ନାବାଳିକା ଭିନ୍ନକ୍ଷମ ଝିଅଙ୍କୁ ବାରମ୍ବାର ଧର୍ଷଣ କରାଯାଇ ଥିବା ଓ ବିଭିନ୍ନ ପ୍ରତିଶ୍ରୁତି ଦେବା ସହ ଜଣେ ବ୍ୟକ୍ତି, ପରେ ତାକୁ ସେ ଗର୍ଭବତୀ କରିଦେଇ ତାର ସରଳତାର ସୁଯୋଗ ନେଇ ତାର ଦାଇତ୍ୱ ନେବାକୁ ମନା କରିଦେଇଥିବା ମାମଲା ବିଗତ ଦିନରେ ବେଶ ଚହଳ ସୃଷ୍ଟି କରିଥିଲା ।

ପ୍ରକାଶ ଯେ- ଟିଟିଲାଗଡ ନିକଟସ୍ଥ ହଳଦୀ ଗ୍ରାମ ପଞ୍ଚାୟତରୁ ବିଗତ ଦିନରେ ହିମାମନୀ ସୁନା ନାମ୍ନୀ ଜଣେ ଶାରୀରିକ ଭିନ୍ନକ୍ଷମ ୧୩ ବର୍ଷ ସାତ ମାସର ଝିଅ କୁ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ରରେ କାର୍ଯ୍ୟରତ ମଦନ ଆଡ଼ଜୁଏଟ (୪୦) ନାମକ ଜଣେ ବିବାହିତା ବ୍ୟକ୍ତି ଡ଼ାକ୍ତର ଖାନାକୁ ସମସ୍ତ ରୋଗୀ ଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଯୋଗାଣ ନିମନ୍ତେ ଆସୁଥିବା ବେଳେ ଉକ୍ତ ହିମାମଣି ନାମ୍ନୀ ଝିଅ ସହ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରଥମେ ନାନା ପ୍ରତିଶୃତି ଦେଇଥିବା ଓ ପରେ ଅନେକ ଥର ଅନିଚ୍ଛା ସତ୍ୱେ ଅନେକ ଥର ଜୋର ଜବରଦସ୍ତ ବଳ ପ୍ରୟୋଗ କରି ଧର୍ଷଣ କରାଯାଇଥିବା ଉକ୍ତ ହିମାମଣୀ ସେ ଗର୍ଭବତୀ ହୋଇଯାଇଥିବା ଓ ତାକୁ ତାର ସମ୍ପୁର୍ଣ୍ଣ ଦାଇତ୍ୱ ନେବାକୁ ସେ ଓ ତାର ବୃଦ୍ଧା ମାଆ କହିଥିଲେ କିନ୍ତୁ ସେ ନିଜେ ବିବାହିତ ଓ ତାର ଚାରିଟି ପୁଅ ଅଛନ୍ତି କହି ସେ ଦାଇତ୍ୱ ନେବାକୁ ମନା କରି ଦେଇଥିବା ଯୋଗୁଁ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଥିଲେ । ପୋଲିସ ଏ ନେଇ ସବିଶେଷ ତଦନ୍ତ କରି ଅଭିଯୁକ୍ତ ଟିଟିଲାଗଡ ସ୍ୱାଧୀନପଡା ନିବାସୀ ମଦନ ଆଡ଼ଜୁଏଟ କୁ ଗତ ଜାନୁଆରୀ ମାସ୧୮ ତାରିଖ ଦିନ ଗିରଫ କରି ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବର୍ତ୍ତମାନ ବିଚାରଧୀନ ବନ୍ଦୀ ଭାବେ ସ୍ଥାନୀୟ ଉପଖଣ୍ଡ କାରାଗାରରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲରେ ଅଛି । ସୂଚନାଯୋଗ୍ୟ ଯେ,ଉକ୍ତ ହିମାମଣିର ବୃଦ୍ଧା ମାଆ ଓ ତାର ଜଣେ ୨୫ ବର୍ଷୀୟା ଅବିବାହିତ ଝିଅ ଓ ୧୧ ବର୍ଷୀୟ ଜଣେ ଭିନ୍ନକ୍ଷମ ପୁଅ ରହିଛନ୍ତି ଏବଂ ସମ୍ବଲପୁରରେ ତାର ବାପା ରିକ୍ସା ଚଳାଉଥିବା ବେଳେ ସେ ପରିବାର ସହ ସମ୍ପର୍କ ଦୀର୍ଘଦିନ ଧରି ଛିନ୍ନ କରିଦେଇଥିବା ଜଣାଇଛନ୍ତି । କେହି ରୋଜଗାର କରୁ ନ ଥିବା ବେଳେ ସରକାରୀ ମାସିକ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବା ସହ ଦୟନୀୟ ଅବସ୍ଥାରେ ଚଲୁଥିବା ପ୍ରକାଶ କରିଛନ୍ତି । କେହି ସାହା, ଭରଷା ନ ଥିବା ଯୋଗୁଁ ଦୟନୀୟ ଅବସ୍ଥାରେ ଗତି କରିବା ସ୍ଥିତିରେ ଉକ୍ତ ଭିନ୍ନକ୍ଷମ ପୁଅର ରକ୍ତ ହୀନତା ରୋଗ ଯୋଗୁଁ ବାରମ୍ବାର ରକ୍ତ ଆବଶ୍ୟକ ହୋଇ ଆସୁଥିବା ବେଳେ ପ୍ରତି ତିନି ଚାରି ମାସରେ ଥରେ ରକ୍ତ ଡ଼ାକ୍ତରଖାନାରେ ଦିଆଯାଇ ଚିକିତ୍ସା କରାଇ ଆସୁଥିବା ଉକ୍ତ ପରିବାର ପକ୍ଷରେ ଦୁର୍ବିସହ ହୋଇପଡିଥିବା ବେଳେ ହିମାମଣି ସହ ଉକ୍ତ ଆହାର କେନ୍ଦ୍ରରେ କାର୍ଯ୍ୟରତ ମଦନ ସେ ତାର ଓ ତା ଶିଶୁ ର ଦାଇତ୍ୱ ନେବା ସହ ଉକ୍ତ ୧୧ ବର୍ଷୀୟ ପୁଅ ର ଅପରେସନ ବା ଅସ୍ତ୍ରୋପଚାର କରାଇ ଦେବା ପ୍ରତିଶ୍ରୁତି ଦେଇଥିଲା ।

ହେଲେ ଏହି ସମୟ ସୀମା ମଧ୍ୟରେ ଗର୍ଭବତୀ ଜାଣିବା ଓ କୌଣସି ଦାଇତ୍ୱ ନେବ ନାହିଁ ବୋଲି ମନା କରି ଦେଇ ସେ ଜେଲ ରେ ଥିବା ଅବସ୍ଥାରେ ହିମାମଣି ନଅ ମାସର ଗର୍ଭବତୀ ହୋଇ ପ୍ରସବ ସମୟ ଆସିଯାଇଥିବାରୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଓ ଅଳ୍ପ ବୟସରେ ଗର୍ଭବତୀ ହେବା ଯୋଗୁଁ ସ୍ଥିତି ଜଟିଳ ଥିବା ନେଇ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ଃ ବଳରାମ ସାହୁ ପ୍ରାରମ୍ଭିକ ଚିକିତ୍ସା ସ୍ଥାନୀୟ ଚିକିତ୍ସାଳୟ ରେ କରି ବଲାଙ୍ଗୀର ଭୀମ ଭୋଇ ମ୍ୟାଡିକାଲ କଲେଜ ଡ଼ାକ୍ତର ଖାନା ନେଇ ଶିଶୁ କୁ ସୁରକ୍ଷିତ ଭାବେ ଜନ୍ମ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଉକ୍ତ ହିମାମଣି ଓ ତାଙ୍କ ମାଆ ଓ ବଡ଼ ଭଉଣୀ ଡ଼ାକ୍ତର ଖାନା ବେଡ଼ ନଂ୬୪ ରେ ଭର୍ତ୍ତି କରାଯାଇ ଥିବା ବେଳେ ସେମାନେ ଭୟଭୀତ ଅବସ୍ଥାରେ ଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ । ସବ ଡିଭିଜିନାଲ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକ୍କା ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା କରିବା ସହ ବଲାଙ୍ଗୀର ମ୍ୟାଡିକାଲ କଲେଜ ବଲାଙ୍ଗୀରକୁ ସୁରକ୍ଷା ବ୍ୟବସ୍ଥା କରେଇ ନେଇ ଭର୍ତ୍ତି କରେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାର ସବ ଡିଭିଜିନାଲ ଆରକ୍ଷୀ ଅଧିକାରୀ ତଥା ମହିଳା ଓ ଶିଶୁଡେସ୍କ ଅଧିକାରୀ ଓ ସବ ଡିଭିଜିନାଲ ମ୍ୟାଡିକାଲ ସୁପରିଟେଣ୍ଡେନ ଡ଼ଃ ପ୍ରଦୀପ ନାଏକ ତଥା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡ଼ଃ ବଳରାମ ସାହୁ ନିଜ ସକ୍ରିୟ ତତ୍ୱାବଧାନ କ୍ରମେ ପ୍ରସବ ସୁରକ୍ଷିତ ଭାବେ କରେଇବା ଦାଇତ୍ୱ ନେଇଥିବା ଜଣାଯାଇଛି । ବର୍ତ୍ତମାନ ଉକ୍ତ ନାବାଳିକାର ପ୍ରସବ ପରେ ସେ ଓ ତାର ଜନ୍ମିତ ଶିଶୁଙ୍କ ଥଇଥାନ କରାଇବା ନିମନ୍ତେ ବଲାଙ୍ଗୀର ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବା ସହ ୧୧ ବର୍ଷୀୟ ଭିନ୍ନକ୍ଷମ ଶିଶୁର ଗୋଡ଼ ଅପରେସନ ବା ଅସ୍ତ୍ରୋପଚାର କରିବା ଦିଗରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବଲାଙ୍ଗୀର ଜନସେବା ସଙ୍ଘ ତଥା ଅନ୍ୟ ସ୍ବେଚ୍ଛାସେବୀ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ କରାଯାଉଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: