ସରପଞ୍ଚ ପୁଅଙ୍କ ଦବଙ୍ଗ ଗିରି-ଡୁପ୍ଲିକେଟ ସାଟିଫିକେଟ କହି ଅସଭ୍ୟ ଭାଷାରେ ଗାଳି ଗୁଲଜ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା(୧୨/୦୨): ବୌଦ୍ଧ. ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ରେ ଚାଲିଛି ସରପଞ୍ଚଙ୍କ ପୁଅର ଗୁଣ୍ଡାରାଜ | ସାମ୍ବାଦିକ ଙ୍କୁ ଅସଭ୍ୟ ଗାଳି ଦେବା ସହିତ ମାଡ଼ ମାରିଥିବାର ଅଭିଯୋଗ ଆସିଛି |

ଚମ୍ପାପୁର ଗ୍ରାମର ଗୁପ୍ତେଶ୍ୱର ମେହେର (୨୦) ଓଡିଶା ଭିଜନ ଟିଭିରେ ସାମ୍ବାଦିକତା ରେ କାଯ୍ୟରତ | ଗତ ୧୧ତାରିଖରେ ତାଙ୍କ ସାଙ୍ଗର ପପୁଲେସନ ସାଟିଫିକେଟରେ ସରପଞ୍ଚଙ୍କ ଦସ୍ତଖତ ଦରକାର ଥିବାରୁ ସରପଞ୍ଚ ଶ୍ରୀମତୀ ପ୍ରୀତି ଲତା ସିଂ ଙ୍କ ଘରକୁ ଦୁଇ ସାଙ୍ଗ ଯାଇଥିଲେ | ଘରକୁ ଯିବାର କାରଣ ସରପଞ୍ଚ ମହାଶୟା ପ୍ରାୟ ପଂଚାୟତ ଅଫିସରେ ଅନୁପସ୍ଥିତ ରୁହନ୍ତି | ସରପଞ୍ଚ ଘରକୁ ପହଂଚିବାରୁ ତାଙ୍କ ପୁଅ ଏହା ଡୁପ୍ଲିକେଟ ସାଟିଫିକେଟ କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଗୁପ୍ତେଶ୍ୱରଙ୍କୁ ମୁହଁରେ ଶକ୍ତ ଚାପୁଡ଼ା ମାରିବା ସହିତ ପାଖରେ ଥିବା ଏକ ମେଢ଼ରେ ନିସ୍ତୁକ ମାଡମାରିବା ସହିତ ଜୀବନ ରୁ ମାରି ଦେବାକୁ ଧମକ ଦେଇଥିଲେ | ଏଣୁ ଗୁପ୍ତେଶ୍ୱର ବୌଦ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇ ବୌଦ୍ଧ ଥାନାରେ ସରପଞ୍ଚଙ୍କ ପୁଅ ରାଜେନ୍ଦ୍ର ପ୍ରସାଦ ସିଂ ଙ୍କ ନାମରେ ଅଭିଯୋଗ କରିଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: