ସରକାର ଚଳାଇବା ନେଇ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ

ରିପୋର୍ଟ: ସୁଭାସିସ ନାୟକ //
ନୂଆଦିଲ୍ଲୀ (୦୩/୦୬): ସରକାର ଚଳାଇବା ନେଇ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏହି ସମୟରେ ସରକାର ଚଳାଇବାକୁ ନେଇ ମୋଦି ହିମନ୍ତଙ୍କୁ କିଛି ପରାମର୍ଶ ଦେଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ହିମନ୍ତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ‘ଜିରୋ ଓଭର’ ଭଳି କନସେପ୍ଟ ଲାଗୁ କରିବାକୁ କହିଛନ୍ତି । ଏହି ସମୟରେ କେବଳ ସରକାରଙ୍କ ବିରୋଧରେ ଆସୁଥିବା ମତାମତ ଓ ପ୍ରତିକ୍ରିୟା ବାବଦରେ ଆଲୋଚନା ହେବ । ଆଉ ଏହାର ସଠିକ୍ ଉପାୟରେ ଉପଚାର ହୋଇପାରିବ । କ୍ୟାବିନେଟ୍ ମନ୍ତ୍ରୀ ମାନେ ସମସ୍ତ ବିଧାୟକଙ୍କ ଦ୍ୱାରା ସରକାର ବିରୋଧରେ ଆସୁଥିବା ମତାମତକୁ ଏକାଠି କରିବା ପରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଏବାବଦରେ କହିବେ । ପରେ କ୍ୟାବିନେଟ ବୈଠକରେ ଏସବୁ କଥା ତାଙ୍କ ଆଗରେ ଉପସ୍ଥାପନ କରାଯିବ । ଏଭଳି ହେଲେ ସମସ୍ୟାର ସମାଧାନ ସଠିକ୍ ଢ଼ଙ୍ଗରେ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିବା ସେ କହିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଗେଟିଭ ଫିଡବ୍ୟାକକୁ ଅଧିକ ଫୋକସ କରନ୍ତି ।

ଗୁଜରାଟର ମୁଖ୍ୟମନ୍ତ୍ରୀଥିବା ବେଳେ ନରେନ୍ଦ୍ର ମୋଦି ଏହି ଅଭିଜ୍ଞତା ହାସଲ କରିଥିଲେ । ଆଉ ସଫଳ ହୋଇଥିଲେ । ତେଣୁ ଏହି ରଣନୀତି ଆସାମରେ ଲାଗୁ କରି ଲୋକଙ୍କ ସମସ୍ୟାର ସମାଧାନ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିବା ହିମନ୍ତ କହିଛନ୍ତି । ମିଠା ମିଠା କହିବା ଲୋକ ବହୁତ ମିଳିବେ । ହେଲେ ନେଗେଟିଭ ଶୁଣିବା ଲୋକ ବହୁତ କମ୍ ରହିଥାନ୍ତି । ଯିଏ ନେଗେଟିଭ୍ ଶୁଣିବ ସେ ହିଁ ସମସ୍ୟାର ଚେର ପର୍ଯ୍ୟନ୍ତ ଯାଇ ସମାଧାନ କରିପାରିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: