ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖ – ଓଡ଼ିଶା ଅଭିଭାବକ ସଂଘ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୩/୧୨): ଜିଲ୍ଲାରେ ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତି ଓ ବେଆଇନ ଓ ବିନା ସ୍ଵୀକୃତିପ୍ରାପ୍ତ ସ୍କୁଲ ବିରୋଧରେ ଆଜି ସ୍ଥାନୀୟ ତୃପ୍ତି ହୋଟେଲ୍ ସଭାଗୃହ ଠାରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମାଳିନିରେ ତୀବ୍ର ନିନ୍ଦା କରାଯାଇଛି । ଏହି ସାମ୍ବାଦିକ ସମ୍ମାଲିନିରେ ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ , ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ , ଜିଲ୍ଲା ଆବାହକ ଗଜେନ୍ଦ୍ର କୁମାର ଦାସ , ସହ ଆବାହକ ହରି ନାରାୟଣ ବେହେରା , ଯୁଗ୍ମ ଆବାହକ ସିରଜୁ ଦିନ ଅହମ୍ମଦ , ଓ ସମ୍ପାଦକ କପିଳ ମହାରଣା ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଅl ଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରୁଛି l ଆଜି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ଦାବି ନବରଙ୍ଗପୁର ରେ ଦୋହରେଇଛନ୍ତି l ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରିବାକୁ ଦାବି କରିଛନ୍ତି । ୧) ସର୍ବ ଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖାଯାଉ । ୨) ପ୍ରାୟ ରାଜ୍ୟରେ ୮ ରୁ ୧୦ ହଜାର ନକଲି ଵା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ସହ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ ଏଫ୍ ଆଇ ଆର୍ ଦିଆଯାଇ ଗିରଫ କରିବା ୩ .)ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି ଜିଲ୍ଲାସ୍ତରୀୟ ସ୍କୁଲ କୋନ ସଲିଡେସନ କମିଟି ( ଡି ଏ ଲ ଏସ ସି ସି) କୁ ପୁନଃ ଗଠନ କରାଯାଇ ସଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜଣ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘ ମାନଙ୍କୁ ନିଆଯାଉ ୪ . ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଚାରିଗୋଟି ପ୍ରସ୍ତାବକୁ ସରକାର ଗ୍ରହଣ କରି ଯଥାଶୀଘ୍ର କାର୍ଯ୍ୟକାରୀ କରାନଗଲେ ଓଡିଶା ଅଭିଭାବକ ମହାସଂଘ ଓଡ଼ିଶାର ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦିଙ୍କୁ ନେଇ ଏକ ବ୍ୟାପକ ମଂଚ, ଶିକ୍ଷା ବଞ୍ଚାଆ ଅଭିଯାନ ଆରମ୍ଭ କରି ରାଜ୍ୟ ସାରା ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି l ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ମଣ୍ଡଳୀ ମାନଙ୍କୁ ସ୍କୁଲ ବନ୍ଦ ପ୍ରତିବାଦରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବାକୁ ଅନୁରୋଧ କରାଯାଉଛି। ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟ ଓ ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଆଜି ନବରଙ୍ଗପୁର ଆସି ଅଭିଭାବକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ବନ୍ଦ ହେଉଥିବା କିଛି ସ୍କୁଲ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ l

ଅନୁଧ୍ୟାନ ବେଳେ ଜଣାପଡିଲା କି ସଠିକ ତଥ୍ୟ ଉପସ୍ଥାପନା ହୋଇନି, ଅଭିଭାବକ ଓ ଏସ ଏମ ସି ସହ ଆଲୋଚନା ହୋଇନି । ସ୍କୁଲରେ ମିଶ୍ରଣକୁ ଅନେକ ଗ୍ରାମବାସି ମାନେ ବିରୋଧ କରୁଛନ୍ତି l ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ସର୍ବ ଦଳୀୟ ନିଷ୍ପତିକୁ ମାନି ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ୨୨୭ ଗୋଟି ସ୍କୁଲ ବନ୍ଦ କରିବା ପାଇ ସରକାର ନିଷ୍ପତି ନେଇଥିବା ବେଳେ କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ରୁ ୧୦୦ ସ୍କୁଲ ବନ୍ଦ ହେବ ବୋଲି ସୂଚନା ମିଳିଛି । ରାଜ୍ୟରେ ଘରୋଇ ସ୍କୁଲର ମାଲିକ ସହ ନେତା ,ପ୍ରଶାସନ ଅଧିକାରୀ ମିଶି ଟଙ୍କା ଖାଇ ସେମାନଙ୍କୁ ବେଆଇନ ଭାବେ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରୁଥିବା ଜିଲ୍ଲା ଆବାହକ ଗଜେନ୍ଦ୍ର ଦାସ ଅଭିଯୋଗ କରିଛନ୍ତି । ଘରୋଇ ସ୍କୁଲରେ କେବଳ ମାସରେ ୩ରୁ ୫ ଦିନ ଅନଲାଇନ୍ ପାଠ ପଢ଼ାଇ ମାସିକ ଫିଜ୍ ପୌଠ କରିବାକୁ ସ୍କୁଲ କର୍ତୃପକ୍ଷ ଛାତ୍ର ଓ ଅଭିଭାବକ ମାନଙ୍କୁ ବାଧ୍ୟ କରିବା ସହ ମାସିକ ଟଙ୍କା ନ ବାନ୍ଧିଲେ ଅନଲାଇନ୍ ରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ରୋକ ଠୋକ୍ ମନା କରୁ ଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଅନେକ ଘରୋଇ ସ୍କୁଲ ଅଛି ଯାହାର ସାର୍ଟିଫିକେଟ ଓଫ୍ ରେଗୁଲସନ୍ ଓ ଏ ନ ଓ ସି ନାହିଁ କିମ୍ବା ବିନା ସ୍ଵୀକୃତିପ୍ରାପ୍ତ ସ୍କୁଲ ଗୁଡ଼ିକୁ ତଦନ୍ତ କରାଯାଇ ବେଆଇନ ସ୍କୁଲ ଗୁଡ଼ିକୁ ବନ୍ଦ କରିବା ସହ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଦାସ ଦାବି କରିଛନ୍ତି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ବେଆଇନି ବେସରକାରୀ ବିଦ୍ୟାଳୟକୁ ସରକାରଙ୍କ ଚିଠି ୧୭.୦୭ .୨୦୨୦ ଅନୁସାରେ ବନ୍ଦକରିବାକୁ ଦାବି କରିଥିଲେ l ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ୧୭.୦୭.୨୦୨୦ ଚିଠିକୁ କାର୍ଯ୍ୟକାରୀ କରି ସବୁ ବେନିୟମ ଭାବେ ଚାଲିଥିବା ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେବେ ତାହେଲେ କିଛି ସରକାରୀ ବିଦ୍ୟାଳୟ ଚାଲିପାରିବ ବୋଲି ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l ଶିକ୍ଷକ ମାନଙ୍କୁ ବର୍ତମାନ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ନବୀକରଣ କରିବାକୁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ବାସୁଦେବ ଭଟ୍ଟ ଦାବି କରିଛନ୍ତି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: