ସାଧାରଣ ଜନତାଙ୍କ ସ୍ୱର

ସରକାରୀ ଯୋଜନା ମାଳ ମାଳ, ହରିଶ୍ଚନ୍ଦ୍ର ଯୋଜନା ଦୁର୍ବଳ

ରିପୋର୍ଟ: ରାକେଶ ମହାରଣା //
ଗଞ୍ଜାମ (୦୬/୦୨): ଗଞ୍ଜାମ ଜିଲ୍ଲା, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ଲାଗି ସରକାର ବିଭିନ୍ନ ଜନମଙ୍ଗଳ ଯୋଜନା କରିଛନ୍ତି। ଏଥି ନିମନ୍ତେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏହି ଯୋଜନା ତୃଣମୂଳ ସ୍ତରରେ କେତେଦୂର କାର୍ଯୟକାରୀ ହେଉଛି ତାହା ତଦନ୍ତ ହେଉନଥିବାରୁ ଅନେକ ସ୍ଥାନରେ ଏହି ଯୋଜନାର ଅସଫଳ ହେଉଥିବା ଅଭିଯୋଗ ହୋଇଛି।5b36d333 f39e 421e 8c5f 95702801bbb5

ଏହିପରି ସରକାରଙ୍କ ଏକ ଜନମଙ୍ଗଳକାରୀ ଯୋଜନା ବେଗୁନିଆପଡ଼ା ବ୍ଳକରେ ସମ୍ପୂର୍ଣ ଦିଗହରା ହୋଇଛି ବୋଲି ଗୁରୁତର ଅଭିଯୋଗ ହୋଇଛି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ଅନୁସାରେ କୌଣସି ଗରିବ, ଅସହାୟ ଲୋକଙ୍କ ମୃତ୍ୟୁ ହେଲେ ଶବ ସଂସ୍କାର ନିମନ୍ତେ ଉକ୍ତ ପଞ୍ଚାୟତର ସରପଞ୍ଚ ହଜାରେ ରୁ ଦୁଇହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାର ନିୟମ ରହିଥିବାବେଳେ ଦୁଇ ରୁ ତିନି ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଅନେକ ପରିବାର ଏହି ଅର୍ଥ ପାଇନଥିବା ଜଣାପଡ଼ିଛି। ଅର୍ଥ ବଦଳରେ ଲୋକଙ୍କୁ କେବଳ ଆଶ୍ୱସନା ମିଳୁଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ପ୍ରତିକାର କରି ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି |

Welcome to Odisha News24

%d bloggers like this: