ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ପରିବାର

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୧୫/୦୩): ଦୀପ ତଳ ଅନ୍ଧାର, ଏହାର ଏକ ନିଚ୍ଛଟ ସତ୍ୟ ଘଟଣା ଆଜି ଦେଖିବାକୁ ମିଳିଛି | ଏପଟେ ସେମିତି ଦଇବ ଭଗାରୀ ସାଜିଛି | ଜିଲ୍ଲା ହେଡ଼ କ୍ୱାଟର ରୁ ମାତ୍ର ସାତ କିଲୋମିଟର ହରଭଙ୍ଗା ବ୍ଲକ ବନ୍ଧାପଥର ଗାଁ ର ବାସନ୍ତୀ ପାତ୍ର | ଜଣେ ଭିନ୍ନ କ୍ଷମ ମହିଳା |

ଗାଁ କୁ ବିଜୁଳି ସଂଯୋଗ ହୋଇଥିଲେ ବି ଘରଠାରୁ ସବଷ୍ଟେସନ ୩୦୦ମିଟର ଦୂର ଘରକୁ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନି | ପାଣି ପାଇଁ ଅଧକିଲୋମିଟର ଯିବାକୁ ପଡୁଛି | ପଞ୍ଚାପ୍ରାଣୀ କୁଟୁମ୍ବ କୁ ନେଇ ପରିବାର | ବାରମ୍ବାର ପଂଚାୟତ, ଜିଲ୍ଲା ପ୍ରଶାସନ, ଏସ ଡ଼ି ଓ ଙ୍କୁ ବିଜୁଳିସଂଯୋଗ ଓ ପାନୀୟ ଜଳର ବ୍ୟବସ୍ତା ପାଇଁ ଲିଖିତ ଅଭିଯୋଗ ଓ ଟ୍ୟୁଟର ଅଭିଯୋଗ ହୋଇଥିଲେ ବି କାହାରି ଦୃଷ୍ଟି ପଡୁନି ଏହି ଅସହାୟ ପରିବାର ଉପରେ | ସରକାରଙ୍କ ସୋଭାଗ୍ୟ ଜ୍ୟୋତି ବିଜୁଳି ସଂଯୋଗ ଯୋଜନା ଏହି ଅସହାୟ ପରିବାରରେ ଫେଲ ମାରିଲା |ସ୍ୱାଧୀନତାର ୭୩ ବର୍ଷ ପରେ ବି ଏହି ପରିବାର ରାତିରେ ଜହ୍ନ ଆଲୁଅ, ଟିବି, ଲଣ୍ଟନରେ ଦିନକାଟୁଛି | ତେଣୁ ଏହି ଅସହାୟ ପରିବାରର ସମସ୍ୟା ଗୁଡିକୁ ତୁରନ୍ତ ବିଚାର କରି ସମସ୍ୟାର ସମାଧାନ କରିବା ପାଇଁ ଅଭିଯୋଗ କରିଛନ୍ତି ଗ୍ରାମବାସି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: