ସାଧାରଣ ଜନତାଙ୍କ ସ୍ୱର

ସରକାରୀ ଯୋଜନାରୁ ବଞ୍ଚିତ ଅସହାୟା ମହିଳା

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୭/୦୪): ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ନିରୀହ ଜନସାଧାରଣଙ୍କ ଉପରେ ଅନ୍ୟାୟ ବଢ଼ି ବଢ଼ି ଚାଲିଛି |

ପ୍ରତିଷ୍ଠିତ ବ୍ୟକ୍ତି ସରକାରୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ବିଜୁପକ୍କା ଘର, ବିଧବା ଭତ୍ତା ପାଇ ଆରମ ରେ ଗୋଡ଼ ଉପରେ ଗୋଡ଼ ପକାଇ ଆରାମ ନେଉଥିବା ବେଳେ ମଜୁରିଆ ଶ୍ରେଣୀର ଜନତା ମାନେ ଏହିସୁବିଧା ରୁ ବଞ୍ଚିତ ହେଉଛନ୍ତି | ଯେମିତି ବିଧବା ଶୈଳ ପ୍ରଧାନ ଆଜି ଏହି ଅବସ୍ଥାରେ!ବୌଦ୍ଧ ବ୍ଲକ ଖୁଣ୍ଟବନ୍ଦ ପଞ୍ଚାୟତ ଜହ୍ନl ପଙ୍ଗ ଗ୍ରାମର କୈରା ପ୍ରଧାନ ୨ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ | ବିଧବା ପତ୍ନୀ ଶୈଳ ପ୍ରଧାନ ବାର ବାର ଅଭିଯୋଗ କରିଥିଲେ ବି ଆଜିପର୍ଯ୍ୟନ୍ତ ଆବାସ ଗୃହ ଓ ବିଧବା ଭତ୍ତାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ | ଏଣୁ ବିଧବା ଶୈଳ ପ୍ରଶାସନ କୁ ଅଭିଯୋଗ ତାଙ୍କୁ ଆବାସ ଗୃହ ଓ ବିଧବା ଭତ୍ତା ବହୁତ ଶୀଘ୍ର ଯୋଗାଇ ଦେବା ପାଇଁ!ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେ ବି ମଧ୍ୟ ଜଣାଇଛନ୍ତି |

Welcome to Odisha News24

%d bloggers like this: