ସାଧାରଣ ଜନତାଙ୍କ ସ୍ୱର

ସରକାରୀ ଟେଲିଫୋନ ସେବା କାର୍ଯ୍ୟକ୍ଷମ ନ ଥିବା ନେଇ ସାଧାରଣ ହଟହଟା, ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଫୋନ ଅଚଳ

ରିପୋର୍ଟ: ସନ୍ତୋଷ ବେହେରା //
ବଲାଙ୍ଗୀର‌,ତା୧୯-୦୨): ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଜରୁରୀ ସରକାରୀ ସୁବିଧା, ସୁଯୋଗ ନିମନ୍ତେ ସରକାରୀ ଟେଲିଫୋନ ବ୍ୟବସ୍ଥା ରହିଛି । ହେଲେ ଏହି ଫୋନ ନଂ ସହ କିଛି ମୋବାଇଲ ନଂ ସରକାରୀ ଭାବେ ଉକ୍ତ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ମଧ୍ୟ ଉକ୍ତ ନମ୍ବର ଗୁଡିକ ଅଚଳ ହୋଇ ପଡିରହିବା ଏବଂ କିଛି ନମ୍ବର କେବଳ ରିଙ୍ଗ ହେଉଥିବା ଓ ବିଭାଗୀୟ ଅଧିକାରୀଙ୍କ ନିକଟରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସୂଚନା ନ ମିଳିବା ନେଇ ସାଧାରଣରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାଧାରଣ ଜରୁରୀ ବିଭାଗ ସୂଚନା ନିମନ୍ତେ ଦୁଇଟି ଟେଲିଫୋନ ନଂ ଜାରୀ କରାଯାଇଛି ହେଲେ ଉକ୍ତ ନଂ କେବଳ ରିଙ୍ଗ ହେଉଥିବା ବେଳେ କେହି ପ୍ରତ୍ୟୁତ୍ତର ନ ଦେବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଖୋଦ ବଲାଙ୍ଗୀର ଜିଲ୍ଲାପାଳଙ୍କ ତରଫରୁ ଦୁଇଟି ଲେଣ୍ଡ ଫୋନ କେହି ନ ଉଠେଇବା ଯୋଗୁଁ ଦୁର, ଦୁରାନ୍ତରୁ ବାଧ୍ୟ ହୋଇ ଉକ୍ତ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଅନେକ ଗୁରୁତର ଜନସାଧାରଣ ନିଜ ସ୍ୱାସ୍ଥ୍ୟ ସେବା ନେଇ ଜରୁରୀକାଳୀନ ସ୍ଥିତିରେ ଆବେଦନ କରି ୧୦ଦିନ ରୁ ୧୫ ଦିନ ଉକ୍ତ ସହାୟତା ରାଶି ନିମନ୍ତେ ଆବେଦନ କରି ଅପେକ୍ଷା କରିବାକୁ ପଡୁଛି । ସରକାରୀ ଭାବେ ତୁରନ୍ତ ଉକ୍ତ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ଥିବା ବେଳେ ଅନେକ ଆବେଦନ କରି ବିଳମ୍ବ ରେ ଉକ୍ତ ରାଶି ମିଳିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ମିଳିବାରେ ବ୍ୟାଘାତ ସୃଷ୍ଟି ହେଉଛି । ଏ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସହାୟତା ପାଇଁ ଏହି ଫୋନ ଗୁଡିକ କାର୍ଯ୍ୟକ୍ଷମ ତୁରନ୍ତ କରିବା ଦାବି ହେଉଛି । ସେହିପରି ଜିଲ୍ଲାର ବିଭିନ୍ନ ପୋଲିସ ଥାନା ଗୁଡ଼ିକର ୧୦୦ ନଂ ମଧ୍ୟ ଉପଲବ୍ଧ ନ ଥିବା କୁହାଯାଉଛି । ଏହି ଜରୁରୀକାଳୀନ ସେବା ତୁରନ୍ତ ବଲାଙ୍ଗୀର ଜିଲ୍ଲାରେ କିପରି କାର୍ଯ୍ୟକ୍ଷମ ହେବ ସେ ନେଇ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Welcome to Odisha News24

%d bloggers like this: