ସରକାରୀ ଔଷଧ,ଇଞ୍ଜେକ୍ସନ ବଦଳରେ ଡ଼ାକ୍ତର ଓ ଔଷଧ ଦୋକାନୀ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରୋଗୀଙ୍କ ଜୀବନ ସହ ଖେଳ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର/ଟିଟିଲାଗଡ, ତା୨୮-୦୫): ସରକାର କେହି ସ୍ଵାସ୍ଥ୍ୟ ସେବା ରୁ ବଞ୍ଚିତ ନ ରହନ୍ତୁ,ଧନୀ ଗରିବ ସବୁ ଶ୍ରେଣୀର ଲୋକଙ୍କୁ ଉପଯୁକ୍ତ ମାନର ଔଷଧ, ଇଞ୍ଜେକ୍ସନ, ବ୍ୟବସ୍ଥା କରି କୋଟିକୋଟି ଟଙ୍କା ବ୍ୟୟ ବରାଦ କରିବା ସହ ସରକାରୀ ନିୟମ ଅନୁଯାୟୀ ଡ଼ାକ୍ତରଙ୍କୁ ବାହାରୁ ଔଷଧ, ଇଞ୍ଜେକ୍ସନ ନ ଲେଖିବା ଆଦି ସାଧାରଣ ଲୋକଙ୍କୁ ଜଣାଇବା ଏକ ଲେଖା ଉକ୍ତ ଚିକିତ୍ସାଳୟରେ ରହୁଛି । ହେଲେ ପରିତାପର ବିଷୟ ଏହା ଯେ, ଟିଟିଲାଗଡ ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ପ୍ରତି ସପ୍ତାହରେ ଭେଷଜ ବିଶେଷଜ୍ଞ ଡ଼ଃ ଶ୍ରୀ ହେମନ୍ତ କୁମାର ମେହେର ଆସି ଚିକିତ୍ସା କରିଥାନ୍ତି । ତାଙ୍କ ଔଷଧ ସେବନ କରି ଅନେକ ରୋଗୀ ଉପକୃତ ହୋଇପାରିଛନ୍ତି । ଏପରି ସେ ଥିଲେ ଲମ୍ବା ଧାଡିରେ ଅପେକ୍ଷା କରି ନିଜ ଚିକିତ୍ସା କରାଇଥାନ୍ତି ।

ହେଲେ ଖୋଲାଖୋଲି ଭାବେ ସେ ସରକାରୀ ଔଷଧ,ଇଞ୍ଜେକ୍ସନ ଆଦି ଏକ ନିର୍ଦ୍ଦିଷ୍ଟ ଦୋକାନକୁ ପଠେଇ ବାହାରୁ କିଣିବାକୁ ଏକ ପ୍ରକାର ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଆସୁଛି । ରୋଗୀଙ୍କୁ ସରକାରୀ ଔଷଧ ଲେଖିବା ଓ ଗରିବ ଲୋକ ବୋଲି ଯଦି କେହି କହେ ହାତୀକୁ ଚାଣ୍ଟିର ଔଷଧ କିଛି କାମ ଦେବନି ବୋଲି କହିବା ପରି ଗୁରୁତର ଅଭିଯୋଗ ହୋଇଛି । ଇତି ମଧ୍ୟରେ ରୋଗ ନିର୍ଣ୍ଣୟ ନ କରି ତଥା ନିଜ ରୋଗ ବିଷୟରେ ଜଣେ କହିବା ସତ୍ୱେ ବାରମ୍ବାର ପ୍ରାୟ ୫ ରୁ ୬ ମାସ ବାହାରୁ ଔଷଧ କିଣିବା ପାଇଁ କହି ଆସୁଥିଲେ । ଉକ୍ତ ବ୍ୟକ୍ତି ଏହି ବିଳମ୍ବ ଯୋଗୁଁ ମୃତ୍ୟୁର ଶିକାର ହେଉଥିବାରୁ ଅଳ୍ପକେ ବର୍ତୀ ଯାଇଥିଲେ । ଏ ନେଇ ଲିଖିତ ଅଭିଯୋଗ ହୋଇଥିବା ବେଳେ ଜଣେ ଏଚ ଆଇ ବି/ଏଡ୍ସ ରେ ପୀଡିତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ ନେଇ ଦେଖେଇ ଥିବାବେଳେ ସେ ବାହାରୁ ଔଷଧ ଆଣି ଖାଇବାକୁ କହିଥିଲେ ।

ଏପରିକି ତାଙ୍କୁ ସାଲାଇନ,ଇଞ୍ଜେକ୍ସନ ଆଦି ସରକାରୀ ଟିକଟ ପଛପଟେ ଲେଖି ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଯିବାକୁ କହିଥିଲେ । ନିଜର ଗୁରୁତର ଅବସ୍ଥାରେ ଥିବା ତଥା ଜଣେ ଏଡ୍ସ ରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଡ଼ାକ୍ତର ଖାନା ରେ ଭର୍ତ୍ତି କରିବାକୁ ମଧ୍ୟ ମନା କରିଥିଲେ । ସେ ବାଧ୍ୟ ହୋଇ ନିଜ ସରକାରୀ ରାସନ କାର୍ଡ ବନ୍ଧା ରଖି ସାଲାଇନ ଓ ଅନ୍ୟ ଇଞ୍ଜେକ୍ସନ ଔଷଧ ନିଜ ଘରେ ଜଣେ ଇଞ୍ଜେକ୍ସନ,ସାଲାଇନ ଆଦି କିଣି ଚିକିତ୍ସା କରେଇ ଥିଲେ । ତେବେ ନିଜ ଘରୋଇ ଡାକ୍ତରଖାନା ଅବା କ୍ଲିନିକରେ ସେ ଏପରି ଚିକିତ୍ସା କରିବା ପରି ନିଜ କାର୍ଯ୍ୟ ସମୟରେ ଏପରି ଅର୍ଥ ଶୋଷଣ ମନୋଭାବ ସହ ଏଡ୍ସ ଅକ୍ରାନ୍ତ ରୋଗୀଙ୍କୁ ଛୁଇଁବା,ଅବା କିଛି ପରୀକ୍ଷା କରି ନ ଦେଖିବା ନେଇ ଉକ୍ତ ପରିବାର ମର୍ମାହତ ହୋଇଥିଲେ । ଏ ନେଇ ଟିଟିଲାଗଡ ୱାର୍ଡ ନଂ-୨ ସର୍ଗିଗୁଡାର ଉକ୍ତ ଗୁରୁତର ରୋଗୀଙ୍କ ପରିବାର ବର୍ଗ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମସ୍ତ ଉଚ୍ଚ ଅଧିକାରୀ ତଥା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଡାକ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ରମେଶ ଜୈନ, ମୀନାଖି ଅଗ୍ରୱାଲ, ସୋମେସ ପାଣିଗ୍ରାହୀ ଅନୁରୂପ ଭାବେ ଚିକିତ୍ସା ହୋଇ ଠିକ ନ ହେବା ଓ ବିଶାଖାପାଟଣା ଓ ରାୟପୁର ଆଦି ଯାଇ ନିଜ ପ୍ରକୃତ ରୋଗ ନିର୍ଣ୍ଣୟ କରେଇ ସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି । ଏ ନେଇ ତୁରନ୍ତ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଡ଼ାକ୍ତର ଦୋକାନୀ ମଧୁଚନ୍ଦ୍ରିକା ନେଇ କଠୋର ପଦକ୍ଷେପ ନେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ମହଲରେ ଦାବୀ ପ୍ରକାଶ ପାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: