ସାଧାରଣ ଜନତାଙ୍କ ସ୍ୱର

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାକ୍ରିପଡାରେ ଚୋରି ଅଭିଯୋଗ, ମୁରିବାହାଲ ଥାନାରେ ଲିଖିତ ଏତେଲା

ରିପୋର୍ଟ: ଭଗବାନ ମହାନ୍ତି //
ମୁରିବାହାଲ ତା ୧୨/୪): ମୁରିବାହାଲ ଥାନା ଲେବେଡା ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସୋମବାର ଦିନ ସକାଳ ୬.୩୦ ମିନିଟ ସମୟରେ ବିଦ୍ୟାଳୟ ରେ ଉପସ୍ଥିତ ହୋଇ ମୁଖ୍ୟ ଫାଟକ ତାଲା ଖୋଲି ସବୁଦିନ ଭଲି ବିଦ୍ୟାଳୟ ଖୋଲି ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଦେଖିବାକୁ ପାଇଲେ |

ସ୍କୁଲର ଅନ୍ୟ କୋଠରୀ ଲାଗିଥିବା ତାଲା ଭାଙ୍ଗି ଅଜଣା ଚୋର ସ୍କୁଲ ରେ ଥିବା ବ୍ୟବହୃତ ଜିନିଷପତ୍ର ଯଥା ନଳକୂପ ରେ ଲାଗିଥିବା ପାଣି ମୋଟର, ପ୍ରଧାନ ଶିକ୍ଷକଙ୍କ ଚ୍ୟାର, ଅଫିସ ଆସବାପତ୍ର, ରୋଷେଇ କୋଠରୀର ବାସନ କୁସନ ର ଏକ ବଡ଼ ଡେ଼କଚି ଓ ଦୁଇଟି ପାଣି ଡ୍ରମ, ଖାଲି ବସ୍ତା ୭୦ଖଣ୍ଡ, ୩ ବସ୍ତା ଚାଉଳ ଭର୍ତ୍ତି ବ୍ୟାଗ, ଆଇସୋଲେସନ କୋଠରୀର ଦରି ଓ ପାଣିଡ୍ରମଓ ମଗ ନ ଥିବା ଦେଖିବାକୁ ପାଇଲେ | ସାଙ୍ଗେ ସାଙ୍ଗେ ଗାଁ ର ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ ଙ୍କୁ ଏହି ବିଷୟରେ ଆଲୋଚନା କରି ମୁରିବାହାଲ ପୋଲିସ ଏବଂ ମୁରିବାହାଲ ବିଡ଼ିଓଙ୍କୁ ଏହି ବିଷୟରେ ଜଣାଇଥିଲେ|ମୁରିବାହାଲ ପୋଲିସ ଖବର ପାଇ ଏଏସଆଇ ପଦ୍ମନାଭ ରାଉତ ହବଲଦାର ପଟେଲ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଆସିଥିଲେ |ଏହି ସମ୍ପର୍କରେ ଶ୍ରୀ ରାଉତଙ୍କୁ ପଚାରିବାରୁ ମାକ୍ରିପଡା ବିଦ୍ୟାଳୟ କୁ ଯାଇ ତଦନ୍ତ ଚାଲୁଥିବା ପ୍ରକାଶ କରିଥିଲେ|

Welcome to Odisha News24

%d bloggers like this: