ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ବିନା ଅନୁମତିରେ କୌଣସି ଅଧିକାରୀ ସଦର ମହାକୁମା ଛାଡି ଯାଇ ପାରିବେ ନାହିଁ
ରାୟଗଡ ତା-୨୪/୦୫: ସମ୍ପ୍ରତି ବଙ୍ଗପୋସାଗରରେ ସୃଷ୍ଟି ବାତ୍ୟା ୟାସର ମୁକାବିଲା କରିବା ନିମନ୍ତେ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି.ଡିଆର.ଡ଼ିଏ- ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନାଲ ଜେନା, ଉପଜିଲ୍ଲାପାଳ ରାୟଗଡ- ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଯୋଗଦାନ କରିଥିଲେ | ଏହି ବୈଠକରେ ଓଡିଶାକୁ ମାଡି ଆସୁଥିବା ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ | ଏହି ବାତ୍ୟା ଜିଲ୍ଲା ପାଇଁ ବିପଦ ସମ୍ଭବନା କମ ଥିଲେ ମଧ୍ୟ, ପୂର୍ବ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ଜଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି | ସମସ୍ତ ବିଭlଗୀୟ ଅଧିକାରୀ ସତର୍କ ରହିବା ସଦର ମହକୁମାରେ ମହଜୁଦ ରହିବାକୁ ନିର୍ଦେଶ ଦେଇଛନ୍ତି | ଯଦି କେହି ଛୁଟିରେ ଅଛନ୍ତି ତାହlହେଲେ ସେମାନଙ୍କ ଛୁଟି ବାତିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି | ବିଶେଷ କରି ତହସିଲଦାର ଓ ବିଡ଼ିଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି l ଉପଜିଲ୍ଲାପାଳ ରାୟଗଡ ଏବଂ ଗୁଣପୁର ଏହାର ମନିଟରିଙ୍ଗ କରିବେ ସେହିପରି ବନ୍ୟା ବାତ୍ୟା ସମୟରେ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, ଆବଶ୍ୟକୟ ସାମଗ୍ରୀ, କିରାସିନି, ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି |ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ସମ୍ଭବନା ଥିବା ଇଲାକାକୁ ଯଥେଷ୍ଟ ଆଗରୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି |

ପଲିଥିନ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦେଶ ଦିଆଯାଇଛି | ବନ୍ୟା ବାତ୍ୟା ପରେ ରାସ୍ତlଘାଟ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ଅଗ୍ନିଶମ ବିଭାଗ, ରାସ୍ତା ଓ ଗୃହ , ଗ୍ରାମୀୟ ନିର୍ମାଣ ବିଭାଗକୁ ନିର୍ଦେଶ ଦିଆଯାଇଛି | ସେହିପରି ବିଦ୍ୟୁତ ସେବା ବ୍ୟାହିତ ଓ ବିଦ୍ୟୁତସେବା ଯୋଗାଇବା ନିମନ୍ତେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆ ଯାଇଛି | ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି | ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଧେଶ ଦେଇଥିଲେ | ଉକ୍ତ ବୈଠକରେ ଜିଲ୍ଲା ସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ ତହସିଲଦାର, ଆଦି ଯୋଗଦାନ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: