ସଡକ ସପ୍ତାହ ଅବସରରେ ଗାଡି ଯାଞ୍ଚ, ବନ୍ଧୁଗାଁ

ୱେବ ରିପୋର୍ଟର : ମିନା ବେହେରା //
ବନ୍ଧୁଗାଁ ତା ୨୩/୧): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଠାରେ ଗାଡି ଜାଞ୍ଚ କରାଯାଇଥିଲା | କୋରାପୁଟ ଜିଲ୍ଲାର ଟ୍ରାନ୍ସପୋର୍ଟ ଆସିସଷ୍ଟାଣ୍ଡ ଶ୍ରୀ ପି. ଏମ. ରାଓ, ଜିଲା ଟ୍ରାନ୍ସପର୍ଟ ଇସନ୍ସପେକ୍ଟର (ଏମ. ଭି. ଆଇ) ଶ୍ରୀ ଆର. ଏନ. ସ୍ୱାଇଁ.ଓ ବନ୍ଧୁଗାଁ ଥାନା ଏ.ଏସ.ଆଇ ଶ୍ରୀ ଶବର ଲାଲ ନେହେରୁ , ମୁନିଆ ବିଡ଼ିକାଙ୍କ ଉପସ୍ଥିତରେ ଆଜି ୩୨ତମ ଜାତୀୟ ସଡକ ସୁରକ୍ଷା ପାଇଁ ସାନ ସରପଲି ଛକ ଠାରେ ୫୦ଟି ଗାଡି ଜାଞ୍ଚ କରାଯାଇଥିଲା I

ଏହି ଅଞ୍ଚଳରେ ଯାନବାହାନ ଯାଞ୍ଚ କେବେ ମଧ୍ୟ କରାଯାଉ ନ ଥିବାରୁ ଗାଡି ଚାଳକ ମାନେ ବିନା ହେଲମେଟରେ, ଶୀତ ବେଲ୍ଟ ନ ବାନ୍ଧି ଏବଂ ମଦ୍ୟ ପାନ କରି ଅମାନିଆ ଭାବେ ଗାଡି ଚଳାଉଥିଲେ | ଆଜି ଜିଲ୍ଲା ଅଧିକାରୀଙ୍କ ହାବୁଡରେ ପଡ଼ିଥିଲେ | ବନ୍ଧୁଗାଁ ବ୍ଲକରେ ଆଜି ୧୬ ଜଣଙ୍କୁ ଭି ସି ଆର କୋରାଜିନା ସହିତ ସାତଟି ଗାଡି ଚାଳକ ମାନେ ମଦ୍ୟ ପାନ କରି ଚଳାଉ ଥିବା ବେଳେ ସମସ୍ତଙ୍କୁ ଅଟକ ରଖିଥିଲା ପୋଲିସ | ତାଙ୍କ ନାମରେ କେଶ ୠଜୁ କରାଜିନା ସହ ଗାଡି ଚାଳକ ମାନଙ୍କର ପ୍ରମାଣ ପତ୍ରକୁ ତିନିମାସ ପର୍ଯ୍ୟନ୍ତ ରଦ୍ଧ କରାଯିବା ସହିତ ଏମ. ଭି. ଆଈଙ୍କ ଦ୍ୱାରା ୧,୭୨,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା I

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: