ସଡକ ଦୃଘଟଣାରେ ଶିକ୍ଷକ ଗୁରୁତର

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୫-୬-୨୧): ରାୟଗଡା ଜିଲ୍ଲା କୋଲନରା ବ୍ଳକ ଦୁନ୍ଦିଲି ପଞ୍ଚାୟତ ଅନ୍ତର୍ଗତ କଲ୍ଟିଗୁଡା ଛକ ରେ ସଡ଼କ ଦୁର୍ଘଟଣାରେ ଶିକ୍ଷକ କୁରୁମା କାଡ୍ର।କା ଗୁରୁତର ।

ସୂଚନା ଅନୁଯାୟୀ ଗତକାଲି ଶିକ୍ଷକ କୁରୁମା କାଡ୍ର।କା ରାୟଗଡା କୁ ଯାଇ ନିଜ ଘର କଲ୍ୟାଣସିଙ୍ଗପୁର ବ୍ଲକ ନାରାୟଣପୁର ପଞ୍ଚାୟତ ତୋଡ୍ର। ଗାଁକୁଫେରୁଥିବା ବେଳେ ରାୟଗଡା ଓ କଲ୍ୟାଣସିଙ୍ଗପୁର ମୁଖ୍ୟରାସ୍ତାରେ କାଲିଟିଗୁଡା ଛକରେ ବିପରୀତ ଦିଗ ଭେଜା ଠାରୁ କାଠ ବୋଝେଇ ଯାଉଥିବା ଟ୍ରାକ୍ଟର (ଓଡ଼ି ୧୮ ଜେ ୧୦୦୬) କୁ ସାଇଡ କାଟି ଚାଲିଯିବି ବୋଲି ଭାବିଲା ବେଳେ କାଠକୁ ହେଲମେଟ ବାଜି ଛିଟିକି ପଡିଥିଲା । ଯାହାଫଳରେ କୁରୁମା ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡିରହିଥିଲା । ଉକ୍ତ ରାସ୍ତାରେ ଯାଉଥିବା ଲୋକମାନେ ଦେଖି ଆହତ କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଥିଲେ ।ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ ମେଡିକାଲ କୁ ରେଫର କରିଥିଲେ । ବର୍ତ୍ତମାନ କୁରୁମା କୁ ବିଶାଖାପାଟଣା ମେଡିକାଲ କୁ ନେଇ ଚିକିତ୍ସିତ କରାଯାଉଥିବା ଜଣାପଡିଛି । ଏହି ଖବର ପାଇ ଚାନ୍ଦିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିଜୟ ଲଷ୍ମୀ ହିକକା କହିଛନ୍ତି।

Welcome to Odisha News24

error: Content is protected !!
%d bloggers like this: