ସଡକ ଦୁର୍ଘଟଣାରେ ଟ୍ରକ ହେଲପର ଗୁରୁତର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼। (୦୬/୦୬): ରାୟଗଡା ଟାଉନସ୍ଥିତ ରିଲାଏନସ ମହଲ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି।ଏକ କାଠ ବୋଝେଇଟ୍ରକ ପାର୍କିଙ୍ଗରେ ଥିବା ଟ୍ରକ ପଛପଟୁ ତେଲଟ୍ୟାଙ୍କର ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଟ୍ୟାଙ୍କର ହେଲପର ର ବାମହାତ ପାପୁଲି ସହିତ କଟିଯାଇଥିବା ବେଳେ, ତାଙ୍କର ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିବା ର ଦେଖିବାକୁ ମିଳିଛି।

ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି କ୍ରେନ ସାହାଯ୍ୟରେ ଟ୍ରକ ଦୁଇଟିକୁ ରାସ୍ତାରୁ ହଟାଇ ରାସ୍ତା ଅବରୋଧ ହଟାଇ ଥିଲେ । ଏବଂ ଆହତଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଆହତ ହେଲପର ର ନାମ ପି- କ୍ରିଷ୍ଣ ଘର ଆନ୍ଧ୍ର ପ୍ରଦେଶ ର ରାଜମହେନ୍ଦ୍ରୀ ହୋଇଥିବା ବେଳେ, ସେମାନେ ବିଶାଖାପାଟଣାରୁ ତେଲ ଲୋଡ଼ ଧରି ସମ୍ବଲପୁର ଆଦିତ୍ୟ ଆଲୁମିନାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ଗାଡିଡ୍ରାଇଭର ଭେଙ୍କଟ ନାଇଡୁ। ଲୋକଙ୍କ କହିବା ଅନୁଯାୟୀ ସଂକୀର୍ଣ୍ଣ ରାସ୍ତାର ଦୁଇ ପାର୍ଶ୍ଵରେ ଦିନରାତି ଅଯଥାରେ ଟ୍ରକ ଗୁଡାକ ରଖୁଛନ୍ତି ଟ୍ରକମାଲିକ ଓ ଡ୍ରାଇଭର। ଏହି ଅସୁବିଧା ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ଭି କିଏ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଜନସାଧାରଣ। ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ପରିବହନ ବିଭାଗ ଓ ପୋଲିସ ର ନିୟମ ପ୍ରତି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Welcome to Odisha News24

error: Content is protected !!
%d bloggers like this: