ସକାଳର ମୁଖ୍ୟ ଖବର ସଂକ୍ଷେପରେ // ତାରିଖ :୨୦/୦୫/୨୦୨୧(ଗୁରୁବାର)

ଭୁବନେଶ୍ୱର (୨୦/୦୫): ସକାଳର ମୁଖ୍ୟ ଖବର ସଂକ୍ଷେପରେ // ତାରିଖ :୨୦/୦୫/୨୦୨୧(ଗୁରୁବାର)

🎯ଆସୁଛି ଆଉ ଏକ ବାତ୍ୟା । ମେ 22ରୁ 26 ପର୍ଯ୍ୟନ୍ତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

🎯ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ । କୋରୋନାରେ ଆକ୍ରାନ୍ତ ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

🎯ଛତିଶଗଡ, ହରିୟାଣ, ମହାରାଷ୍ଟ୍ର, କେରଳ, ଓଡିଶା, ପୁଡୁଚେରୀ, ରାଜସ୍ଥାନ, ୟୁପି, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟର 54 ଜଣ ଜିଲ୍ଲାପାଳ ଓ ଅଧିକାରୀ ସାମିଲ ହେବେ।

🎯ସେପଟେ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସାମିଲ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଖ୍ୟ ସଚିବ, ସ୍ବାସ୍ଥ୍ୟ ସଚିବ ଓ 9 ଜିଲ୍ଲାପାଳ ମଧ୍ୟ ସାମିଲ ହେବେ ।

🎯ବାତ୍ୟା ତାଉ’ତେ ପ୍ରଭାବରେ ମୁମ୍ବାଇ ଉପକୂଳରେ ବୁଡ଼ିଥିବା ଜାହାଜରୁ ୩୭ ମୃତଦେହ ଉଦ୍ଧାର , ଏବେ ବି ୪୮ ନିଖୋଜ ଅଛନ୍ତି ।

🎯ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ତୃତୀୟ ଲହର ଆସିବ।

🎯ବୁର୍ଲା ଭିମସାରରେ ୧୨ କୋଭିଡ଼ ରୋଗୀଙ୍କ ମୃତ୍ୟୁ, କୋଭିଡ଼ ମୃତ୍ୟୁସଂଖ୍ୟା ୬୪୮ ହୋଇଛି।

🎯ଇସ୍ପାତ୍‍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍‍ ପ୍ଲାଂଟ୍‍ – ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

🎯ପୂର୍ବତନ ଜାତୀୟ ଫୁଟବଲର ଅସିତ୍ ପାତ୍ରଙ୍କ ଦେହାନ୍ତ ହୋଇଛି।

🎯 ଆଜିଲୋକାର୍ପଣ ହେବ ସେଲ୍ ରାଉରକେଲା ଇସ୍ପାତ କାରଖାନାର ‘ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି’ ହସ୍ପିଟାଲରେ 100ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ ।

🎯ଦେଶରେ ଗତ ୨୪ ଘଣ୍ଟାରେ ୩୮୭୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ମୋଟ ମୃତ୍ୟୁ ସଂଖ୍ୟା ୨,୮୭,୧୨୨କୁ ବୃଦ୍ଧି ପାଇଛି ।

🎯ଆଜିଠୁ ନବନିଯୁକ୍ତ ଡାକ୍ତରଙ୍କ କାଉନସେଲିଂ ଆରମ୍ଭ ହେବ।

🎯ରାଜ୍ୟରେ ଆଉ ୨୫ ଜୀବନ ନେଲା ମହାମାରୀ କୋରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୪୦୩କୁ ବୃଦ୍ଧି ପାଇଛି।

🎯କୋଭିଡ୍‌-୧୯ ‘ହୋମ୍‌ ଟେଷ୍ଟିଙ୍ଗ୍‌-କିଟ୍‌’କୁ ଅନୁମୋଦନ କଲା ଭାରତ, ପ୍ରତି କିଟ୍‌ର ମୂଲ୍ୟ ଟ. ୨୫୦/- କରାଯାଇଛି।

🎯୨୬ରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ବାତ୍ୟା, ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ।

🎯ରାଜ୍ୟରେ ଦିନକରେ ଆଉ ୧୧ ହଜାର ୪୯୮ କୋରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯କୁ ବୃଦ୍ଧି ପାଇଛି ।

🎯ଆଜି ଦ୍ବିତୀୟ ଥର ପାଇଁ କେରଳ ମୁଖ୍ୟମନ୍ତୀ ଭାବେ ପିନାରାୟୀ ବିଜୟନ ଶପଥ ନେବେ।

🎯ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର, ସାମ୍ନାକୁ ୪୦୦ରୁ ଅଧିକ ମାମଲା ଆସିଛି।

Welcome to Odisha News24

error: Content is protected !!
%d bloggers like this: