ସକାଳର ଖବର // ତାରିଖ : ୨୩/୦୫/୨୦୨୧,ରବିବାର

ଭୁବନେଶ୍ୱର (୨୩/୦୫): ସକାଳର ଖବର // ତାରିଖ : ୨୩/୦୫/୨୦୨୧,ରବିବାର

➡️୧-ଆଜି ଦ୍ୱାଦଶ ପରୀକ୍ଷା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ପରୀକ୍ଷା ହେବ ନା କିଛି ବିକଳ୍ପ ବ୍ୟବସ୍ଥା କରାଯିବ ତାକୁ ନେଇ ହେବ କଳ୍ପନାଜଳ୍ପନା ।

➡️୨-ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବେ ୩ ହଜାର ପ୍ରଶିକ୍ଷିତ କର୍ମୀ ।

➡️୩-ଏଣିକି କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ୧୫% ବେଡ୍‌ ସୁନିଶ୍ଚିତ, ପିତାମାତାଙ୍କ ମଧ୍ୟରୁ ଜଣେ କେହି ରହିପାରିବେ ଆଟେଣ୍ଡାଣ୍ଟ ସରକାର ଦେଲେ ଅନୁମତି ।

➡️୪-ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: କାର୍ଯ୍ୟକ୍ଷେତ୍ରରେ COVID ଟୀକାକରଣ କେନ୍ଦ୍ର (CVC) ରେ କର୍ମଚାରୀ ଏବଂ ତାଙ୍କ ସମ୍ପର୍କୀୟ ଅନ୍ତର୍ଭୁକ୍ତ ହୋଇପାରିବେ ।

➡️୫-ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ ‘Covid-19 Test Report’ ସୁବିଧାର ଶୁଭାରମ୍ଭ : ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ । ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ଟେଷ୍ଟ ରିପୋର୍ଟ ପାଇ ପାରିବେ।

➡️୬-ଆଜିଠାରୁ ପ୍ରସାରିତ ହେବ ‘କେତେ ନୂଆ ବାଟ ସିଜିନ୍ ୨’ । ଅଡିଓ ସିରିଜର ପ୍ରଥମ ଅଧ୍ୟାୟ ‘କୋଭିଡ ବିରୋଧରେ ଏକାଠି ଲଢ଼ିବା’ । ଏହି ସିରିଜ ପ୍ରତି ରବିବାର ସକାଳ ୧୦ଟାରେ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ଦିନ ୧୧ଟାରେ ରେଡିଓ ଚକଲେଟ ୧୦୪ ଏଫ୍‌ଏମରେ ପ୍ରସାରିତ ହେବ।

➡️୭-ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ୨୭ ତାରିଖ ପର୍ଯ୍ୟନ୍ତ ଲାଗିଲା କଟକଣା ।

➡️୮-ଭୁବନେଶ୍ୱର ରେ ଆଜିଠାରୁ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ । ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦିଆଯିବ।

➡️୯-ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ସରକାର ଙ୍କ ନିର୍ଦ୍ଦେଶ ।

➡️୧୦-ଭାରତରେ ଅଗଷ୍ଟରୁ ସ୍ପୁଟନିକ ଭି ଟିକା ଉତ୍ପାଦନ, ୮୫ କୋଟି ଡୋଜ୍ ଉତ୍ପାଦନ ଯୋଜନା ।

➡️୧୧-ଆଜି ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‍ ଟୁରରେ ପିଭିଟିଜି ଗ୍ୟାଲେରୀ । ଦର୍ଶକମାନେ ଫେସ୍‍ବୁକ୍‍ ଓ ଟୁଇଟର ପେଜ୍‍ ମାଧ୍ୟମରେ ସଂଗ୍ରହାଳୟ ମଧ୍ୟରେ ଥିବା ପ୍ରାଚୀନତମ ଜନଜାତି (ପିଭିଟିଜି) ଗ୍ୟାଲେରୀକୁ ସଂଦର୍ଶନ କରିପାରିବେ।

➡️୧୨-ଦେଶରେ ଦ୍ବିତୀୟ ଲହର ରେ ନେଲାଣି ୪୨୦ ଡାକ୍ତରଙ୍କ ଜୀବନ, କେବଳ ଦିଲ୍ଲୀରେ ୧୦୦ ।

➡️୧୩-ଅଜୟ ଦେବଗନଙ୍କ ‘ମୈଦାନ୍‌’କୁ ନେଇ ବଲିଉଡ଼ରେ ଚର୍ଚ୍ଚା; ଓଟିଟିରେ ରିଲିଜ୍‌ ନେଇ ହୋଇଥିଲା ଗୁଜବ, ଖଣ୍ଡନ କଲେ ଫିଲ୍ମ ନିର୍ମାତା ।

➡️୧୪-‘ଚାଇନା ଭାଇରସ୍‌’ ମନ୍ତବ୍ୟ ପାଇଁ ଟ୍ରମ୍ପଙ୍କୁ ଅଦାଲତକୁ ଟାଣିଲା ଚୀନ-ଆମେରିକୀୟ ନାଗରିକ ସଂଘ, ଦାବି କଲା ୨୨.୯ ମିଲିୟନ୍‌ ଡଲାର କ୍ଷତିପୂରଣ ।

➡️୧୫-ଉତ୍ତର ନାଇଜେରିଆ ବିମାନ ଦୁର୍ଘଟଣା, ସେନାମୁଖ୍ୟଙ୍କ ସହ ୧୦ ମୃତ, ଦେଶରେ ଶୋକ ।

➡️୧୬-ଡେରାଡୁନ ସରକାର ଆରମ୍ବ କରିଲେ ବାତ୍ସଲ୍ୟ ଯୋଜନା, ଅନାଥ ପିଲାଙ୍କୁ ମାସିକ ୩ ହଜାର ଟଙ୍କା ଦେବା ସହ ୨୧ ବର୍ଷ ପର୍ଯ୍ୟନ୍ତ ବହନ କରିବେ ପଢାଖର୍ଚ୍ଚ ।

➡️୧୭-ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ । କହିଲେ ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ଅଣାଯାଉ ବ୍ଲାକ ଫଙ୍ଗସ ।

➡️୧୮-ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା । ଇ ଇକ୍ୱାଲ ଟୁ ଏମସି ସ୍କୋୟାର ଲେଖା ଥିବା ଚିଠି ୧.୨ ମିଲିୟନ ଡଲାରରେ ହେଲା ନିଲାମ ।

➡️୧୯-ଲଦାଖରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୬ ।

➡️୨୦-ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଘୋଷଣା ।

➡️୨୧-ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମିଳିଲା FIHର ସମ୍ମାନଜନକ ପ୍ରେସିଡେଣ୍ଟସ ଆୱାର୍ଡ । ରାଜ୍ୟରେ ହକିର ବିକାଶରେ ଥିବା ଅବଦାନ ପାଇଁ ସମ୍ମାନିତ ହେଲେ ଭି.କେ ପାଣ୍ଡିଆନ ।

➡️୨୨-ଟିମ୍ ଇଣ୍ଡିଆର କୋଚ୍ ହେବାକୁ ପ୍ରସ୍ତୁତ ରାହୁଲ ଦ୍ରାବିଡ, ଶ୍ରୀଲଙ୍କା ଗସ୍ତରେ ସମ୍ଭାଳିବେ କୋଚିଂ ଦାୟିତ୍ୱ।

➡️୨୩-ଶ୍ରୀଲଙ୍କା କ୍ରିକେଟ୍‌ରେ ଝଡ, ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ପ୍ରତ୍ୟାଖ୍ୟାନ କଲେ ୨୪ ଖେଳାଳି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: