ସାଧାରଣ ଜନତାଙ୍କ ସ୍ୱର

ସଂସଦରେ ମହିଳା ସଂରକ୍ଷଣ କାର୍ଡ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ରିପୋର୍ଟ: ସନ୍ତୋଷ ନାୟକ //
ନୂଆଦିଲ୍ଲୀ ,ତା୦୩-୦୨): ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ କାର୍ଡ କଥା ଉଠାଇଛନ୍ତି । ଓଡିଆ ଭାଷାରେ ନିଜର ଦାବି ଉପସ୍ଥାପନ କରିଥିଲେ ବିଜେଡି ସାଂସଦ । ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦାବି ଉଠାଇଛି ବିଜେଡି ।

ରାଜ୍ୟସଭା ଶୂନ୍ୟକାଳରେ ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ଉଠାଇ ସାଂସଦ ସସ୍ମିତ ପାତ୍ର ଖାଣ୍ଟି ଓଡିଆ ଭାଷାରେ କହିଛନ୍ତି ଯେ, ମହିଳାଙ୍କ ପାଇଁ ସଂସଦରେ ସ୍ଥାନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡି ନିଜ ଆଡୁ ୩୩ ପ୍ରତିଶତ ସିଟ୍ ରେ ମହିଳାଙ୍କୁ ଟିକେଟ ଦେଇ ଉଦାହରଣ ସୃଷ୍ଟି କରିଥିଲା । ତେଣୁ ମହିଳାଙ୍କ ପାଇଁ ସଂସଦର ଉଭୟ ଗୃହରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଆଇନ୍ ପାସ୍ କରିବାକୁ ସସ୍ମିତ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ବିଶେଷ କରି ଅର୍ଥନୈତିକ, ସାମଜିକ ତଥା ରାଜନୈତିକ ସଶକ୍ତିକରଣ ପ୍ରସଙ୍ଗରେ ମହିଳା ସଶକ୍ତିକରଣ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ।

ତେବେ ସାଂସଦ ସସ୍ମିତ ପାତ୍ରଙ୍କ ପୁରା ଓଡିଆରେ ଭାଷଣକୁ ରାଜ୍ୟସଭା ଅଧ୍ୟକ୍ଷ ପ୍ରଶଂସା କରିଥିଲେ । ସସ୍ମିତ ପାତ୍ରଙ୍କ ଭାଷଣ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ, ‘ତମର ଭାଷାରେ ଅତି ସୁନ୍ଦର କହିଲେ’ ବୋଲି ସସ୍ମିତଙ୍କୁ କହିଛନ୍ତି । ରାଜ୍ୟସଭାରେ ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି। ଯାହା ଏକ ଭଲ କଥା ବୋଲି ଶ୍ରୀ ନାଇଡୁ କହିଛନ୍ତି ।

Welcome to Odisha News24

%d bloggers like this: