ଷ୍ଟେଟ ବ୍ୟାଙ୍କ ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ଛେଳି ପାଳନ ପ୍ରଶିକ୍ଷଣ ଉଦଯାପିତ

ବଲାଙ୍ଗୀର (ଓଡିଶାନ୍ୟୁଜ୨୪-୦୩/୧୨): ଆଜି ଷ୍ଟେଟ ବ୍ୟାଙ୍କ RSETI ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ଗୁଡଭେଳା ଠାରେ ଭିନ୍ନକ୍ଷମ ମାନଙ୍କ ପାଇଁ ହୋଇଥିବା ଛେଳି ପାଳନ ତାଲିମ କାର୍ଯକ୍ରମ ଉଦଯାପିତ ହୋଇଯାଇଛି |

ଉକ୍ତ କାର୍ଯକ୍ରମରେ ICDS ସୁପରଭାଇଜର ଶ୍ରୀମତୀ ସୁଷମା ସାହୁ, ଅନୁଷ୍ଠାନର ନିର୍ଦେଶକ ଶ୍ରୀ ଲକ୍ଷ୍ମୀଧର ମଲ୍ଲିକ, RARE ଅନୁଷ୍ଠାନର ଲଖମଣ ସା, ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପଧାନ ଆଦି ଉପସ୍ଥିତ ଥିଲେ | ଉକ୍ତ କାର୍ଯକ୍ରମରେ ଶ୍ରୀମତୀ ସାହୁ ଭିନ୍ନକ୍ଷମ ମାନଙ୍କୁ ସଦୁପଦେଶ ଦେଇଥିଲେ | ତାପରେ ଶ୍ରୀ ମଲ୍ଲିକଙ୍କ ଭିନ୍ନକ୍ଷମ ମାନଙ୍କର ରୋଜଗାର କିପରି ବଢ଼ିବ ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ | ଶ୍ରୀ ସା ଭିନ୍ନକ୍ଷମ ମାନଙ୍କର ଉନ୍ନତି କାମନା କରିଥିଲେ | ପ୍ରଶିକ୍ଷକ ଶ୍ରୀ ପଧାନ ଭିନ୍ନକ୍ଷମ ମାନଙ୍କୁ ସଫଳ କାହାଣୀ କହି ଅଭିପ୍ରେରିତ କରିବା ସହିତ ସେମାନଙ୍କର ମଙ୍ଗଳ କାମନା କରିଥିଲେ | ଉକ୍ତ ତାଲିମ କାର୍ଯକ୍ରମରେ ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି, ଘୁନା, ବିରମୁଣ୍ଡା, ସନ୍ଧିସର, ପେଣ୍ଡିମୁଣ୍ଡା, ଡୁଙ୍ଗିବାହାଲ ତଥା ଗୁଡ଼ଭେଳାର ୨୩ ଜଣ ଭିନ୍ନକ୍ଷମ ୧୦ଦିନିଆ ତାଲିମ କାର୍ଯକ୍ରମରେ ଭାଗ ନେଇ ମାନପତ୍ର ପ୍ରାପ୍ତ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: