ଶ୍ରମିକମାନେ ରୋଜଗାର ପାଉ ନ ଥିବାରୁ ତାର ପ୍ରତିବାଦ କରି ମଣ୍ଡିର ମୁଖ୍ୟ ଗେଟ ବନ୍ଦ କରି ବିକ୍ଷୋଭ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୩୧/୫): ବିନିକା ମଣ୍ଡିକୁ ଧାନ ଗାଡି ଆସୁ ନ ଥିବାରୁ ଶ୍ରମିକମାନେ ଧାନ ପ୍ୟାକେଟ (ବସ୍ତା) ଲୋଡିଙ୍ଗ , ଅନ ଲୋଡ଼ିଙ୍ଗ କରୁ ନାହାଁନ୍ତି ।

ଯାହା ଫଳରେ ଶ୍ରମିକମାନେ ତାଙ୍କ ରୋଜଗାର ହରାଉଥିବାରୁ ସେମାନେ ତାର ପ୍ରତିବାଦ କରି ମଣ୍ଡି ର ମୁଖ୍ୟ ଗେଟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ବିନିକା ତହସିଲଦାର ଅଲେଖ ଘୁଟ୍ଟା , ବିଡ଼ିଓ ବ୍ୟାସଦେବ ବେହେରା , ଥାନା ଏସ ଆଇ ସୂର୍ଯ୍ୟକାନ୍ତ ସେଠୀ , ଯୋଗାଣ ନିରୀକ୍ଷକ ଆର କେ ସ୍ୱାଇଁ , ,ଚାଷୀନେତା ସର୍ଜନ ପଣ୍ଡା , ମଣ୍ଡି ଷ୍ଟାଫ , ଦୁଇଜଣ ଶ୍ରମିକଙ୍କ ସହ ଆଲୋଚନା ହୋଇଥିଲା । ଏହାର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: