ଶିଶୁ ବିକାଶ ଅଧିକାରୀଙ୍କ ପାଖେ ନେହୁରା ହେଲେ୧୫ ବର୍ଷୀୟ ନାବାଳିକା

ରିପୋର୍ଟ: ରାକେଶ ମହାରଣା //
କୋଦଳା (୦୧/୦୬): ଏହିପରି ଘଟଣା ଦେଖିବାକୁ ମିଳିଛି ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ପୂରିଆ ସାହି ଗ୍ରାମର ଜଣେ ଆଦିବାସୀ  ନାବାଳିକା ବିବାହର ଚାରି ଦିନ ପରେ ଖସିଆସି ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଗୁହାରୀ କରିଥିବା ଜଣାପଡ଼ିଛି । ପୂରିଆ ସାହି ଗ୍ରାମର ୧୫ ବର୍ଷୀୟ ଚନ୍ଦ୍ରିକା (ଛଦ୍ମ ନାମ)କୁ ତାଙ୍କ ପିତାମାତା ନିକଟସ୍ଥ କମଳା ସାହିର ଗ୍ରାମର ଜଣେ ୧୯ବର୍ଷୀୟ ଯୁବକଙ୍କ ସହିତ ଗତ ୨୭ତାରିଖରେ ବିବାହ କରାଯାଇଥିବା ଜଣାପଡିଛି ।

ତେବେ ଯୁବତୀ ଜଣଙ୍କ ବିବାହରେ ରାଜି ନଥିବା ବେଳେ ଆଜି କିଛି ସମ୍ପର୍କୀୟଙ୍କ ସହିତ ପାତ୍ରପୁର ଶିଶୁବିକାଶ କାର୍ଯ୍ୟାଳୟଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ। ଚନ୍ଦ୍ରିକା ଶିଶୁ ବିକାଶ ଅଧିକାରୀଙ୍କୁ ଭେଟି ତାଙ୍କ ବାପ-ମାଆ ଜୋର ଜବରଦସ୍ତ ତାଙ୍କୁ ଵିବାହ କରାଇ ଥିବା କହିବା ସହ ଏକ ଅଭିଯୋଗ ପ୍ରଦାନ କରି ତୁରନ୍ତ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ଏହି ଘଟଣା ପରେ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଜରଡା ପୋଲିସ୍ ଏବଂ ଚାଇଲ୍ଡ ହେଲ୍ପ ଲାଇନକୁ ଜଣାଇବା ସହ ଯୁବତୀଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ପାଖରେ ଜିମା ଦେଇ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ପଦ୍ମିନୀ ସାହୁ ପ୍ରକାଶ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: