ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା ପରେ ସ୍ବାମିର ଆତ୍ମହତ୍ୟା

ରିପୋର୍ଟ: ରାକେଶ ମହାରଣା //
କୋଦଳା (ପୁରୁଷୋତ୍ତମପୁର-୦୩/୦୬): ଶିଳରେ ଛେଚି ସ୍ତ୍ରୀକୁ ହତ୍ୟା ପରେ ସ୍ବାମିର ଆତ୍ମହତ୍ୟା | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ ଛେଲୁ ଗାଁରେ |

ପୋଲିସସୂତ୍ର ରୁ ଜଣାପଡ଼ିଛି ଯେ ଗତ କାଲି ବିଳମ୍ବିତ ରାତିରେ କୁମ୍ଭାର ସାହିର ପ୍ରଶାନ୍ତ ମୁଦୁଲି ନିଜ ସ୍ତ୍ରୀଙ୍କୁ ଶିଳ ପଥରରେ ଛେଚି ହତ୍ୟା କରିବା ପରେ ସେ ନିଜ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ଆଜି ସକାଳୁ ସାହି ବାସିନ୍ଦା ଦେଖି ପୋଲିସକୁ ଖବର ଦେବା ପରେ ପୁରୁଷୋତମପୁର ଥାନା ପୋଲିସ ପହଞ୍ଚିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ଆସିବାକୁ ଅପେକ୍ଷା କରିଛି । ହେଲେ କେଉଁ କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୋଲିସ ତଦନ୍ତ ପରେ ଘଟଣା ସାମ୍ନାକୁ ଆସିବ | ଅନ୍ୟପଟେ ମୃତ ଦମ୍ପତିଙ୍କ ଗୋଟିଏ ୧୮ବର୍ଷର ପୁଅ ଓ ୧୩ ବର୍ଷର ଝିଅ ଆଦି ଦୁଇ ଜଣ ଥିବା ଜଣାପଡିଛି ।

Welcome to Odisha News24

error: Content is protected !!
%d bloggers like this: