ଶିକ୍ଷା ବିଭାଗର ଅତିରିକ୍ତ ଶlସନ ସଚିବଙ୍କ ରୟଗଡ଼ ଜିଲ୍ଲା ପରିଦର୍ଶନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରୟଗଡ଼ (୦୭/୦୧): ରାଜ୍ୟ ସରକାର ଆସନ୍ତା ଜାନୁଆରୀ ୮ ତାରିଖରେ ସମସ୍ତ ବିଦ୍ୟାଳୟ ଖୋଲିବା ନିଷ୍ପତି ନେଇଥିବାରୁ ସ୍କୁଲ ମାନଙ୍କର ସ୍ଥିତି ଜାଣିବା ନିମନ୍ତେ ଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଜନାବ ରଶିଦ ଖାନ ରାୟଗଡ ଜିଲ୍ଲା ପ୍ରଦର୍ଶନ କରିଛନ୍ତି l କୋଭିଡ ପାଇଁ ସାରା ରାଜ୍ୟରେ ପାଠପଢା ବନ୍ଦ ହୋଇଥିଲା ଏବଂ ଆଗକୁ ୧୦ମ ବୋର୍ଡ ପରୀକ୍ଷା ଥିବାରୁ ସରକାର ମାତ୍ର ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢା ନିମନ୍ତେ ସ୍କୁଲ ଖୋଲିବା ପାଇଁ ସ୍ଥିର ହୋଇଛି l

ଜିଲ୍ଲାରେ ସ୍ଥାପିତ ସମସ୍ତ ଉଚ୍ଚ ବିଦ୍ୟାଳୟ ବିଶେଷ କରି ଶିକ୍ଷା ବିଭାଗ ମଙ୍ଗଳ ବିଭାଗ ଓ ଘରୋଇ ବିଦ୍ୟାଳୟ ଗୁଡିକ ପର୍ୟ୍ଯବେକ୍ଷକ ଜନାବ ଖାନ ପରିଦର୍ଶନ କରିଛନ୍ତି l ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକଷ୍ଟରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ
ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ପିଡି ଶ୍ରୀ ଭୀମସେନ ଶବର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା , ଜିଲ୍ଲାମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀମତୀ ଆନେସ୍ତିଆ କେରକେତାଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ସମୀକ୍ଷl ବୈଠକ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ସ୍କୁଲ ଖୋଲିବା ନିମନ୍ତେ ପ୍ରାକ ପ୍ରସ୍ତୁତି ଓ଼ ଖୋଲିବା ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସଫାସୁତୁରା, ପରିବେଶ ପରିଛନ୍ନତା ଓ଼ ସ୍ୱାସ୍ଥ୍ୟ ଉପରେ ଯେପରି ଅସୁବିଧା ନ ହୁଏ ସେଥି ନିମନ୍ତେ ପଚାରି ବୁଝିଥିଲେ l ସ୍କୁଲ ପରିସରରେ ପିଇବାପାଣି, ହାତଧୁଆ ବ୍ୟବସ୍ଥା, ମାସ୍କ ବ୍ୟବହାର ଓ଼ ସାମାଜିକ ଦୂରତl ବଜାୟ ରଖିବା ନିମନ୍ତେ ଶିକ୍ଷକ ମାନଙ୍କୁ କଡାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଥିଲେ l ସ୍କୁଲ ଚlଲିବl ଦ୍ୱାରା ଛାତ୍ରଛାତ୍ରୀ ମାନେ ଯେପରି କରୋନାର ସୁପର ସ୍ପ୍ରେଡ଼ର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ପ୍ରଶାସନକୁ ନୋଡାଲ ଅଧିକାରୀ ପରାମର୍ଶ ଦେଇଛନ୍ତି l ଆସନ୍ତା ୮ତାରିଖରେ ଜିଲ୍ଲାରେ ଶିକ୍ଷା ବିଭାଗର ୧୬୬ଟି ଦିଦ୍ୟାଳୟ ଏବଂ ମଙ୍ଗଳ ବିଭାଗର ୪୨ଟି ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଠପଡା ଆରମ୍ଭ ହେବ l ଏହି ସବୁ ଶିକ୍ଷାନୁଷ୍ଠାନ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେବାକୁ ଜନାବ ଖାନ ପରାମର୍ଶ ଦେଇଥିଲେ l

Welcome to Odisha News24

error: Content is protected !!
%d bloggers like this: