ଶହେ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରାବାସ ଉଦଘାଟିତ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା (୧୧/୦୨): ବୌଦ୍ଧ, ହରଭଙ୍ଗା ବ୍ଲକ ପୁରୁଣାକଟ ଠାରେ ଥିବା ଭୈରବୀ ଡିଗ୍ରୀ କଲେଜର ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଛାତ୍ରାବାସ ଆଜି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଅମାତଙ୍କ କର କମଣ୍ଡଳରେ ଉଦଘାଟିତ ହୋଇଛି |

ଉଦ୍ଘାଟନୀ ଉତ୍ସବରେ ସମ୍ନାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବବିତା ରାଣୀ ଦଳବେହେରା, ବିଶ୍ୱଜିତ ମିଶ୍ର, ନୀଳକଣ୍ଠ ବେହେରା, ଅକ୍ରୁର ସେଠି, ଭବାନୀ ବାଳା କହଁର,କୈକେୟୀ ବେହେରା, ଉପସ୍ଥିତ ରହିଥିଲେ | ଛାତ୍ରାବାସ ହେବାଦ୍ବାରା ସମସ୍ତ ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି |

Welcome to Odisha News24

error: Content is protected !!
%d bloggers like this: