ସାଧାରଣ ଜନତାଙ୍କ ସ୍ୱର

ଶହୀଦ ଲଷ୍ମଣ ନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରିଗୁଡା (୧୫/୦୧): ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡ଼ା ପଞ୍ଚାୟତର ବ୍ରହ୍ମଣଗୁଡା ଖେଳ ପଡିଆ ଠାରେ ଶହୀଦ ଲଷ୍ମଣ ନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ କେନ୍ଦୁଗୁଡ଼ା ପଞ୍ଚାୟତର ସରପଞ୍ଚ ଅମ୍ବିକା ନାୟକ ଯୋଗ ଦେଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖେଳର ଭୂମିକା ବିଷୟରେ ବୁଝାଇଥିଲେ l

ସେହିପରି ସ୍ଥାନୀୟ ସମିତି ସଭ୍ୟ ଧର୍ମଶକ୍ତି କେନ୍ଦୁ ରିବନ କାଟି ଟୁର୍ନାମେଣ୍ଟ ଉଦଘାଟନ କରିଥିବା ବେଳେ ୱାର୍ଡ ମେମ୍ବର ଭାନୁମତୀ କାଣ୍ଡିକି ଅବସରପ୍ରାପ୍ତ ଶିକ୍ଷକ ମନ ମହନ ମହାପାତ୍ର, ଅଭିମନ୍ୟୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଖେଳ ପ୍ରlରମ୍ବରେ ଅତିଥି, ଆୟୋଜକ, ଦର୍ଶକ ଏବଂ ଖେଳାଳି ସମସ୍ତେ ଠିଆ ହୋଇ ଜାତୀୟ ସଂଗୀତ ଗାନ କରିଥିଲେ l ଟୁର୍ଣ୍ଣାମେଣ୍ଟର ପ୍ରଥମ ମେଚ ମ୍ୟାଚ କାଉଡିଆ ଗୁଡା ସହ ମାଝୀ ଗୁଡା ମଧ୍ୟରେ ରେ ଅନୁଷ୍ଠିତ ହୋଇଥିଲା l ଜୟ କୃଷ୍ଣ ନାୟକ, ବାଘେଶ୍ଵର ନାୟକ, ଭଞ୍ଜ କିଶୋର ନାୟକ, ଭଗବାନ ନାୟକ, ଖେଳ ପରିଚାଳନା କରିଥିବା ବେଳେ ଏହି ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଭାଇଚାରା ବଢିବା ସହ ଯଦି ଯୁବ ପିଢ଼ିଙ୍କ ଶାରୀରିକ ଓ ମାନସିକ ଉନ୍ନତିରେ ସହାୟକ ହେବ ବୋଲି. ଆୟୋଜକ ମତ ରଖିଛନ୍ତି l

Welcome to Odisha News24

%d bloggers like this: