ଶଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର- ତା-୭-୬-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣି ରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣେ ମାଣି କାଡ୍ର।କା (୪୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଟି ଶିବା ହିକକା (୨୪) ଚାଳକ, ଗୋବି ପ୍ରାସ୍କା (୧୧)ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।

ଆଜି ଅପରାହ୍ନ ସମୟରେ ଶିକରପାଇ ପଞ୍ଚାୟତ ର ଚିଚିମି ଗାଁ ରୁ ଗୋଟିଏ ବାଇକ ଓଡ଼ି୧୮ସି ୦୭୫୫ ନମ୍ବର ଗାଡ଼ିରେ ୩ଜଣ ବିରିବାଡି ଗାଁକୁ ଯାଉଥିଲେ । ଯିବସମୟରେକୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀ ପୁର ମଝି ବୁଲାଣି ରେ କାଟିନପାରି ରାସ୍ତା କଡରେ ଥିବା ସୁରକ୍ଷା ଖମ୍ବରେ ଧକ୍କା ଦେଇଥିଲେ ।ଯାହାଫଳରେ ଘଟଣା ସ୍ଥଳରେ ମାଣି କାଡ୍ର।କା ୪୦ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଚାଳକ ଶିବା ହିକକା (୨୪)ଓ ୧୧ବର୍ଷର ବାଳକ ଗୋବି ପ୍ରାସ୍କା ଗୁରୁତର ଅବସ୍ଥାରେ ପଡିରହିଥିଲେ। ରାୟଗଡା ଠାରୁ କଲ୍ୟାଣସିଂହପୁର ଅଭିମୁଖେ ଆସୁଥିବା ଲୋକମାନେ ଦେଖି ସଙ୍ଗେ ସଙ୍ଗେ୧୦୮କୁ ଯୋଗାଯୋଗ କରି ଗୁରୁତର ମାନଙ୍କୁ ରାୟଗଡା ଚିକିତ୍ସାଳୟ କୁ ପଠାଇଥିଲେ ।ଉକ୍ତ ଖବରପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀରଖିଛି ।ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: