ଲୋଇସିଂହା ବ୍ଲକରେ ଘର ଘର ବୁଲି କରୋନା ପରୀକ୍ଷା ଅଭିଯାନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୨୫/୦୫): ଲୋଇସିଂହା ବ୍ଳକର ୧୦୮ ଖଣ୍ଡ ଗ୍ରାମରେ ଘରକୁ ଘର ବୁଲି କରୋନା ପରୀକ୍ଷା ଅଭିଯାନ ଆରମ୍ଭ ହୋଇଛି । ମଇ ୨୪ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ଲୋଇସିଂହା ବ୍ଳକର ୧୬୫ ଆଶା କର୍ମୀ ଓ ୧୭୩ ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚାରି ବୁଝିବା ସହିତ କରୋନା ରୋଗୀକୁ ଚିହ୍ନଟ କରି ଔଷଧ ପ୍ରଦାନ କରିବେ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସୂଚନା ପ୍ରଦାନ କରିବେ ।

ଆବଶ୍ୟକ ସ୍ଥଳେ ସେମାନଙ୍କୁ ଡାକ୍ତରଖାନା ପଠାଇ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସଚେତନତା ସୃଷ୍ଟି କରିବେ । ଏହା ବ୍ୟତୀତ ଯକ୍ଷ୍ମା, ଅଣ ସଂକ୍ରାମକ ରୋଗ, ମ୍ୟାଲେରିଆ ଡେଙ୍ଗୁ, ଡାଇରିଆ ଆଦି ରୋଗ ସହିତ ଶିଶୁ ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବେ । ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆ, ସିଏଚସି ମେଡିକାଲ ଇଂଚାର୍ଜ ଡ଼ ପ୍ରତିମା ସୋରେନ ଓ ସିଡିପିଓ ପ୍ରଜ୍ଞାରାଣୀ ବାରିକଙ୍କ ତତ୍ବାବଧାନରେ ପିଏଚ୍ଇଓ ରମେଶ ସାହୁ, ବିପିଏମ୍ ସନ୍ତୋଷ ଦୋରା ପ୍ରମୁଖ ଅଙ୍ଗନବାଡ଼ି ଓ ଆଶା କର୍ମୀ ତଥା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: