ସାଧାରଣ ଜନତାଙ୍କ ସ୍ୱର

ଲୋଇସିଂହା ବିଶ୍ୱକଲ୍ୟାଣ ନାଗରିକ କମିଟି ବୈଠକ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୦୭/୦୨): ଲୋଇସିଂହା ଜମିଦାରଙ୍କ ରାଜବାଟି ଠାରେ ବିଶ୍ୱକଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଜୟକୃଷ୍ଣ ସିଂରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ନାଗରିକ କମିଟିର ସଭାପତି ଶ୍ରୀ ସିଂରାଏ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସ୍ଥାନୀୟ କଲ୍ୟାଣ ମଣ୍ଡପର ଉନ୍ନତି ସକାଶେ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ପର୍ଯ୍ୟାପ୍ତ ଆର୍ଥିକ ବ୍ୟବସ୍ଥା କରିଥିବାରୁ ବୈଠକରେ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଦୀର୍ଘଦିନରୁ ଦାବି ହେଉଥିବା ସତ୍ୱେ ଲୋଇସିଂହାକୁ ଏନଏସି ଘୋଷଣା କରାଯାଉ ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ସହିତ ବଲାଂଗୀର ଠାରୁ ପ୍ରୟାଗ ରାଜ ପର୍ଯ୍ୟନ୍ତ ସିଧାସଳଖ ରେଳ ଚଳାଚଳ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ବୈଠକରେ ସିଦ୍ଧାନ୍ତ ଗୃହୀତ ହୋଇଥିଲା । ଏଥିସହିତ ପ୍ରସ୍ତାବିତ ଶ୍ମଶାନଘାଟ ନିର୍ମାଣ, ଡାକ୍ତରଖାନାର ବହୁବିଧ ସମସ୍ୟା ତଥା ବିଭିନ୍ନ ରାସ୍ତାର ପ୍ରଶସ୍ତିକରଣ ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା । ଏଥିରେ ବିକ୍ରମ ଦେହେରୀ, ଇନ୍ଦ୍ରମଣି ପାତ୍ର, ଗୋପାଳ ସାହୁ, କବି ବାବା, ଲମ୍ବୋଧର ଧରୁଆ, ଭବାନୀ ପଧାନ, ରାଜେଶ ବାବୁ, କାହ୍ନୁଚରଣ ପଧାନ, ଲାଲମନ ନାଗ, ପ୍ରୀତିଚନ୍ଦ୍ର ରାଏ, ରବୀନ୍ଦ୍ର ପୁଟେଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Welcome to Odisha News24

%d bloggers like this: